ଲକ୍ଷ୍ନୌ,୨୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶନିବାର ଦାବି କରିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଭାରତୀୟ ଜନତା ପାର୍ଟି(ଭାଜପା) ୬.୬୫ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେଇଛନ୍ତି । କେବଳ ସେତିକି ନୁହେଁ ଭାଜପା ଆହୁରି ଦାବି କରିଛି ଯେ ସେ ସମାଜବାଦୀ ପାର୍ଟି(ଏସ୍ପି) ଓ ଭାରତୀୟ ସମାଜ ପାର୍ଟି(ବିଏସ୍ପି) ଠାରୁ ଅଧିକ ସରକାରୀ ଚାକିରି ଦେଇଛି । ଭାଜପା ସରକାର ସାଢେ ୪ ବର୍ଷରେ ୬.୬୫ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେଇଛି । କିନ୍ତୁ ୫ ବର୍ଷ ଭିତରେ ବିଏସ୍ପି ମାତ୍ର ୯୫ ହଜାର ସରକାରୀ ଚାକିରି ଦେଇଥିବା ବେଳେ ଏସ୍ପି ମାତ୍ର ୨ ଲକ୍ଷ ସରକାରୀ ଚାକିରି ଦେଇଛି । ତେଣୁ ଏସ୍ପି ବିଏସ୍ପି ଠାରୁ ଭାଜପା ପାଖାପାଖି ୨ ଗୁଣା ଅଧିକ ସରକାରୀ ଚାକିରି ଯୋଗାଇ ଦେଇଛି । ଆହୁରି ମଧ୍ୟ ଡିସେମ୍ବରରେ ପୁଣି ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପୋଲିସ ବିଭାଗରେ ଚାକିରି ଦିଆଯାଇଥିବା କୁହାଯାଏ ।