Categories: ଜାତୀୟ

୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଦେଶର ୪୫ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଏହି ପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ଦେବା ପରେ ଯୁବକମାନଙ୍କୁ ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା କଠିନ ପରିଶ୍ରମ ଏବଂ ଯୁବକମାନଙ୍କ ସଫଳତାର ପ୍ରତୀକ ଅଟେ। ଗତ ନଅ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ଏବଂ ଚାକିରି ଯୋଗାଇବାରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି , ପୂର୍ବରୁ ଆବେଦନ କରିବା ବହୁତ କଷ୍ଟସାଧ୍ୟ ଥିଲା, କିନ୍ତୁ ବର୍ତ୍ତମାନ ଏହି କାମ ସହଜ ହୋଇଯାଇଛି ।

Share