Aadhaar Good Governance Portal ଆରମ୍ଭ କଲେ ସରକାର, ଏବେ ସହଜ ହୋଇଯିବ…

ନୂଆଦିଲ୍ଲୀ,୨୮।୨: ସରକାର ଅଥେଣ୍ଟିକେଶନ୍‌ ରିକୁଏଷ୍ଟ ପ୍ରୋସେସ୍‌(ପ୍ରମାଣୀକରଣ ଅନୁରୋଧ ପ୍ରକ୍ରିୟା)କୁ ସରଳ କରିବା ଲାଗି ସରକାର ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ ଆରମ୍ଭ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଅନୁଯାୟୀ, ଏହା ଆଧାରକୁ ଅଧିକ ଲୋକ-ଅନୁକୂଳ କରିବା, ଜୀବନକୁ ସହଜ କରିବା ଏବଂ ଲୋକଙ୍କ ପାଇଁ ସେବାଗୁଡ଼ିକୁ ଉନ୍ନତ ଉପଲବ୍ଧତା ସକ୍ଷମ କରିବା ପ୍ରୟାସ କରିବ।

UIDAI ସିଇଓ ଭୁବନେଶ କୁମାର କହିଛନ୍ତି ଯେ ଆଧାର ଦେଶର ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବୃଦ୍ଧି କରୁଛି। କୁମାର କହିଛନ୍ତି, “ର୍ନିଦ୍ଦିଷ୍ଟ ନିୟମ ଅନୁଯାୟୀ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତାବଗୁଡ଼ିକୁ ସହଜରେ ଦାଖଲ ଏବଂ ଅନୁମୋଦନ କରିବା ପାଇଁ ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ ବିକଶିତ କରାଯାଇଛି।”

ଆଧାର ହେଉଛି ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟପତ୍ର। ଗତ ଦଶନ୍ଧି ମଧ୍ୟରେ, ଏକ କୋଟିରୁ ଅଧିକ ଭାରତୀୟ ଆଧାର ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ଆଧାର ମାଧ୍ୟମରେ ୧୦୦ ବିଲିୟନରୁ ଅଧିକ ଥର ଅଥେଣ୍ଟିକେଶନ (ପ୍ରମାଣୀକରଣ) କରାଯାଇସାରିଛି। ମନ୍ତ୍ରଣାଳୟ କହିଛି ଯେ ଏହି ନୂତନ ପରିବର୍ତ୍ତନ ସେବା ପ୍ରଦାନକାରୀ ଏବଂ ସେବା ଗ୍ରହଣକାରୀ ଉଭୟଙ୍କୁ ନିର୍ଭରଯୋଗ୍ୟ କାରବାର କରିବାରେ ସାହାଯ୍ୟ କରିବ।

ଏହି ପୋର୍ଟାଲ ଏକ ସମ୍ବଳ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବ ଏବଂ ଆଧାର ଅଥେଣ୍ଟିକେଶନ୍‌ ପାଇଁ ଆବେଦନ ଏବଂ ଯୋଗଦାନ କରିବା ବିଷୟରେ ଅଥେଣ୍ଟିକେଶନ୍‌ ଖୋଜୁଥିବା ସଂସ୍ଥାଗୁଡ଼ିକ ପାଇଁ ବିସ୍ତୃତ SOP ପ୍ରଦାନ କରିବ। ଫେସ୍‌ ଅଥେଣ୍ଟିକେଶନ୍‌କୁ ଘରୋଇ ସଂସ୍ଥାଗୁଡ଼ିକର ଗ୍ରାହକ ଫେସିଂ ଆପ୍ସରେ ମଧ୍ୟ ସମନ୍ବିତ କରାଯାଇପାରିବ, ଯାହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରୁ ଅଥେଣ୍ଟିକେଶନ୍‌କୁ ସକ୍ଷମ କରିବ।

ଆଧାରକୁ ଲୋକାଭିମୁଖୀ କରିବା, ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେବାଗୁଡ଼ିକୁ ଉତ୍ତମ ଉପଲବ୍ଧତା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାର ଅଂଶ ସ୍ବରୂପ, ମନ୍ତ୍ରଣାଳୟ ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗ ବ୍ୟତୀତ ଅନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ଆଧାର ଅଥେଣ୍ଟିକେଶନ୍‌କୁ ସକ୍ଷମ କରିବା ପାଇଁ ନିୟମ ପ୍ରସ୍ତାବ କରିଥିଲା। ଏହି ସଦ୍ୟତମ ସଂଶୋଧନ ଆଧାର ଧାରକମାନଙ୍କୁ ଆତିଥ୍ୟ, ସ୍ବାସ୍ଥ୍ୟସେବା, କ୍ରେଡିଟ୍‌ ରେଟିଂ ବ୍ୟୁରୋ, ଇ-କମର୍ସ ପ୍ଲେୟାର, ଶିକ୍ଷାନୁଷ୍ଠାନ ଏବଂ ଏଗ୍ରିଗେଟ୍‌ର ସେବା ପ୍ରଦାନକାରୀ ସମେତ ଅନେକ କ୍ଷେତ୍ରରୁ ଅସୁବିଧାମୁକ୍ତ ସେବା ପାଇବାକୁ ସକ୍ଷମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର କିମ୍ବା ସାଙ୍ଗସାଥୀ ଛାଡିବାକୁ ଆଉ ଯାଇପାରିବେନି ରେଲଓ୍ବେ ଷ୍ଟେଶନ, ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି!

ମୁମ୍ବାଇ,୧୮।୪: ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚର୍ଚଗେଟ, ମରିନ ଲାଇନ୍ସ ସମେତ...

ଚନ୍ଦନ ଯାତ୍ରାରେ ଏଥର ବାଣ ମନା

ପୁରୀ,୧୮ା୪: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାରେ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ସୂଚନା ଦେଇଛନ୍ତି। ଭକ୍ତ...

ନଦୀରେ ନାହିଁ ବାଲି, ଗଛଲତାରେ ଭରିଗଲାଣି

ଭଞ୍ଜନଗର,୧୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କ ଅଧୀନରେ ଥିବା ଅନେକ ନଦୀରେ ଗଛ ପୂର୍ଣ୍ଣ ହୋଇଯାଉଛି। ବର୍ଷବର୍ଷ ଧରି କାଶତଣ୍ଡୀ ଫୁଲର...

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

ଘର ପୋଡି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧...

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image