Categories: ଜାତୀୟ

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏହି ନିୟମ ଆସନ୍ତା ଏପ୍ରିଲ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ। ନୂଆ ୪ ଚକିଆ ଯାନରେ ପାସେଞ୍ଜର ସିଟ୍‌ ପାଇଁ ଆବଶ୍ୟକୀୟ ସ୍ତରର ଏୟାରବ୍ୟାଗ ରଖାଯିବା। ତେବେ ୪ ଚକିଆ ଯାନରେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କରିବା ପାଇଁ ସୁପାରିସ ଦେଇଥିଲେ ସୁପ୍ରିମକୋର୍ଟ କମିଟି।

Share