ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡ଼ିଏସ୍‌ସିଓ) ପକ୍ଷରୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ସିଡ଼ିଏସ୍‌ସିଓ ପକ୍ଷରୁ ଏନେଇ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାର କ୍ଲିନିକାଲ ଟ୍ରାଏଲ୍‌ ରିପୋର୍ଟକୁ ଡିସେମ୍ବର ୯ରେ ସମୀକ୍ଷା କରିଥିଲେ। ଏହାପରେ ସିଡ଼ିଏସ୍‌ସିଓ ପକ୍ଷରୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସମେତ ସମସ୍ତ କମ୍ପାନୀଗୁଡ଼ିକଠାରୁ ଅଧିକ ସୂଚନା ଲୋଡ଼ିଥିଲେ।

Share