ଭୁବନେଶ୍ୱର, ୧ା୧(ବ୍ୟୁରୋ): ଖୁବ୍ଶୀଘ୍ର ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲ ଆରମ୍ଭ ହେବ। ତେଣୁ ଏହି ୯ଟି ସରକାରୀ ହସ୍ପିଟାଲ କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ଜାନୁୟାରୀ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ ଶେଷ ହେବ। ଜୁନ୍ ସୁଦ୍ଧା ବାଲେଶ୍ୱର, ବାରିପଦା ଓ ବଲାଙ୍ଗୀର ହସ୍ପିଟାଲ କାମ ମଧ୍ୟ ସରିବ। ସେହିଭଳି ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ, ଅଗଷ୍ଟ ସୁଦ୍ଧା କୋରାପୁଟ, ଫୁଲବାଣୀ ହସ୍ପିଟାଲ ଏବଂ ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ମାସକ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ଶନିବାର ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି। ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ସରଞ୍ଜାମ ତାଲିକା ପ୍ରସ୍ତୁତ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।