
ଲୋଇସିଂହା,୨୦।୩(ସୁଶାନ୍ତ ବାରିକ): କ୍ଷମତାର ଦୂରୁପଯୋଗ କରି ସରକାରୀ ଅର୍ଥ ଅନିୟମିତତା ଅଭିଯୋଗ ଘଟଣାରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ସରପଞ୍ଚ ପ୍ରମିଳା ସାହୁଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟଜଳ ପତ୍ର ସଂଖ୍ୟା ୭୪୦୭ (ତା.୧୮।୩।୨୦୨୫)ରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ,୨୦୨୧-୨୨ ଓ ୨୦୨୩-୨୪ଆର୍ଥିକ ବର୍ଷରେ ପଞ୍ଚାୟତ ରେ ୫ କୋଟିରୁ ଅଧିକ ସରକାରୀ ଅର୍ଥ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ନମିଳିବା ଓ ଅର୍ଥ ଅନିୟମିତତା ଅଭିଯୋଗକୁ ନେଇ କିଛି ମାସ ତଳେ ଆଗଲପୁର ବିଡିଓ ପଞ୍ଚାୟତର ପିଇଓ ରାଜ କିଶୋର ପୋଢ଼ ବିରୋଧରେ ଆଗଲପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପିଇଓ ପୋଢ଼ଙ୍କୁ ସେତେବେଳେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ସରପଞ୍ଚ ସାହୁଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା। ସରପଞ୍ଚ ସାହୁ ଗ୍ରାମ ପଞ୍ଚାୟତ ଆକ୍ଟ ୧୯୯୬୪ ସେକ୍ସନ ୧୯କୁ ଉଲଙ୍ଘନ କରିଛନ୍ତି । ଏଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଳେଖ କରଯାଇଛି।