Posted inଜାତୀୟ

ସରକାର ଜନତାଙ୍କ ପାଇଁ ହେବା ଜରୁରୀ, ଜଣେ ଦୁଇ ଜଣ ଶିଳ୍ପପତିଙ୍କ ଲାଗି ନୁହେଁ: ରାହୁଲ…

ଭୋପାଳ,୩୦।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ ଦୁର୍ନୀତିର କେନ୍ଦ୍ର। ଏହା ଆମର ଆଦର୍ଶର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ଭାଜପା ତଥା ଆରଏସଏସ। ଗୋଟିଏ ପାର୍ଶ୍ୱରେ ଗାନ୍ଧିଜୀ ଏବଂ ଅନ୍ୟ ପଟେ ଗଡସେ । ଗୋଟିଏ ପାର୍ଶ୍ୱରେ ଘୃଣା ଏବଂ ଅନ୍ୟ ପଟେ ପ୍ରେମ ଅଛି। ଭାଜପା ଲୋକମାନେ ଯୁଆଡେ ଯାଆନ୍ତି ଘୃଣା ବିସ୍ତାର କରନ୍ତି।

ମଧ୍ୟପ୍ରଦେଶର କୃଷକ ଏବଂ ଯୁବକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଲୋକମାନେ ଜନସାଧାରଣଙ୍କ ପାଇଁ ଯାହା ଖରାପ କରିଥିଲେ, ବର୍ତ୍ତମାନ ଜନସାଧାରଣ ସେମାନଙ୍କ ପ୍ରତି ଘୃଣା ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ, ଆମେ ମଧ୍ୟପ୍ରଦେଶର ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିଛୁ।

ଆମର ଯାତ୍ରା ମଧ୍ୟପ୍ରଦେଶରେ ପ୍ରାୟ ୩୭୦ କିଲୋମିଟର ଅତିକ୍ରମ କରିଛି। କୃଷକ, ଯୁବକ, ମା ଏବଂ ଭଉଣୀମାନଙ୍କୁ ଆମେ ଭେଟିଛୁ। ମଧ୍ୟପ୍ରଦେଶରେ ଭାଜପା ଲୋକମାନେ ଯେଉଁ ଦୁର୍ନୀତି କରିଛନ୍ତି ତାହା ସମଗ୍ର ଦେଶରେ କରାଯାଇ ନାହିଁ। ପିଲାମାନଙ୍କର ପାଣ୍ଠି, ମଧ୍ୟାହ୍ନ ଭୋଜନ ପାଣ୍ଠି, ସ୍କୁଲ ୟୁନିଫର୍ମ ପାଣ୍ଠି ଚୋରି ହୋଇଛି। ମହାକାଳ କରିଡରରେ ଭାଜପା ଟଙ୍କା ଚୋରି କରିଛି। ବ୍ୟାପମ ସ୍କାମରେ ଏକ କୋଟି ଯୁବବର୍ଗ କ୍ଷତିଗ୍ରସ୍ତ ହୋଇଛନ୍ତି। ସିଟ ବିକ୍ରି ହେଉଛି। ପେପର ଲିକ ହେଉଛି। ରାଜ୍ୟରେ ତାଙ୍କର ଏକ ଚାଟିଆ ରାଜୁତି ଚାଲିଛି।

ଆପଣମାନେ କୃଷକ। ଆପଣମାନେ ଏଠାରେ ସୋୟାବିନ ଚାଷ କରୁଛନ୍ତି। କୃଷକମାନେ ଆମକୁ କହିଛନ୍ତି ସରକାର ଏଠାରେ ଉଚିତ ମୂଲ୍ୟ ଦେଉ ନାହାଁନ୍ତି। ଯଦି ଆପଣ ଛତିଶଗଡର କୃଷକମାନଙ୍କୁ ପଚାରିବେ, ତେବେ ଆପଣ ଜାଣିବେ ଧାନ ଚାଷ ପାଇଁ ଆମେ କେତେ ଟଙ୍କା ଦେଉଛୁ। ଆମେ ପ୍ରତ୍ୟେକ ପ୍ରତିଶ୍ରୁଚିପୂରଣ କରିଛୁ। ମଧ୍ୟପ୍ରଦେଶ, କର୍ନାଟକ, ଛତିଶଗଡ ସମେତ ପ୍ରତ୍ୟେକ ରାଜ୍ୟରେ କୃଷକଙ୍କ ଋଣ ଛାଡ କରାଯାଇଥିଲା। କମଲ ନାଥ ଜୀ କୃଷକଙ୍କ ଋଣ ଛାଡ କରୁଥିଲେ। ଏଠାରେ ଭାଜପା ଲୋକମାନେ ଆପଣଙ୍କୁ ପ୍ରତାରଣା କରି ସରକାର ଗଢ଼ିଛନ୍ତି। ଗତ ୧୮ ବର୍ଷ ମଧ୍ୟରେ ଏଠାରେ ୧୮ହଜାର କୃଷକ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ଏଠାରେ ୩ କୃଷକଙ୍କର ମୃତ୍ୟୁ ହେଉଛି। ଏହା ହେଉଛି ସେମାନଙ୍କର ସରକାର।

ଏହି ଲୋକମାନେ କିଛି ନିଜ ପସନ୍ଦର ଲୋକଙ୍କ ପାଇଁ କାମ କରନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ କୃଷକମାନେ ଟିକସ ଦେଉଛନ୍ତି। ଚାଷୀଙ୍କୁ ଦମନ ଏବଂ ହଟାଇବା ପାଇଁ ସେମାନେ କଳା ନିୟମ ଆଣିଥିଲେ। ଭାରତର ସମସ୍ତ କୃଷକ ଏକତ୍ରିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ କହିଥିଲେ ସେ ଏହି ନିୟମକୁ କୃଷକଙ୍କ ସୁବିଧା ପାଇଁ ଆଣିଛନ୍ତି। କୃଷକମାନେ ସେମାନଙ୍କ ପାଇଁ ଲାଭଦାୟକ ନିୟମ ବିରୋଧରେ କାହିଁକି ରାସ୍ତାକୁ ଓହ୍ଲାଇଲେ ? ସରକାର ଲୋକଙ୍କ ପାଇଁ ହେବା ଉଚିତ,କୌଣସି ସଂସ୍ଥା କିମ୍ବା ଜଣେ ଦୁଇ ଜଣ ଶିଳ୍ପପତିଙ୍କ ପାଇଁ ନୁହେଁ।

ମୁଁ ସଂସଦରେ ଆଦାନୀ ଜୀ ବିଷୟରେ କହିବା ଆରମ୍ଭ କରିବା ମାତ୍ରେ ମୋର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। କଳ୍ପନା କରନ୍ତୁ, ଆଦାନୀଙ୍କୁ ସୁରକ୍ଷା ଦେବା ପାଇଁ ମୋର ଲୋକସଭା ସଦସ୍ୟତା ତୁରନ୍ତ ରଦ୍ଦ ହୋଇଥିଲା। ଏହାର ଜବାବ ସାଧାରଣ ଜନତା ହିଁ ଦେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା...

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼...

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ...

ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri