ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଭାରତରେ ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଅନୁସରଣ କରାଯାଇଛି। ଭାରତରେ ଅପମିଶ୍ରିତ କଫ ସିରପ ଯୋଗୁଁ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବା ପରେ ୭୧ ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୮ କମ୍ପାନୀ ବନ୍ଦ କରିବାକୁ କୁହାଯାଇଛି।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଦେଶରେ ଗୁଣାତ୍ମକ ଔଷଧ ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ବିଶ୍ଳେଷଣ କରାଯାଇଥାଏ। ଏଥିସହ ସରକାର ଏବଂ ନିୟାମକମାନେ ସର୍ବଦା ସଜାଗ ରହିଥାନ୍ତି। ଭାରତ ବିଶ୍ୱସ୍ତରୀୟ ଫାର୍ମାସି ଏବଂ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଆମେ ଗୁଣବତ୍ତା ଔଷଧ ପ୍ରସ୍ତୁତ କରିଥାଉ।

୨୦୨୨-୨୩ରେ ଭାରତ ୧୭.୬ ବିଲିୟନ ଡ଼ଲାରର କଫ ସିରପ ରପ୍ତାନି କରୁଥିବାବେଳେ ୨୦୨୧-୨୨ ରେ ଏହା ୧୭ ବିଲିୟନ ଡ଼ଲାର ଥିଲା। ମୋଟ ଉପରେ, ଭାରତ ବିଶ୍ୱ ସ୍ତରରେ ଜେନେରିକ ଔଷଧ ଯୋଗାଣକାରୀ, ବିଭିନ୍ନ ଟିକା ପାଇଁ ୫୦ ପ୍ରତିଶତରୁ ଅଧିକ ରପ୍ତାନୀ କରିଥାଏ। ଅପରପକ୍ଷରେ ଆମେରିକା ପ୍ରାୟ ୪୦ ପ୍ରତିଶତ ଜେନେରିକ ଔଷଧ ଏବଂ ବ୍ରିଟେନ ପ୍ରାୟ ୨୫ ପ୍ରତିଶତ ଔଷଧ ରପ୍ତାନୀ କରିଥାଏ। ମାଣ୍ଡବ୍ୟ କହିଛନ୍ତି, ଯେତେବେଳେ ଭାରତୀୟ ଔଷଧ ବିଷୟରେ କିଛି ପ୍ରଶ୍ନ ଉଠିଥାଏ, ସେତେବେଳେ ଆମେ ତଥ୍ୟର ତଳ ସ୍ତରକୁ ଯାଇଥାଉ।

Share