ନେପାଳ ସରକାର ସଂଖ୍ୟାଲଘୁ

କାଠମାଣ୍ଡୁ, ୬।୫(ଆଇଏଏନ୍‌ଏସ୍‌): କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିନେବା ପରେ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ନେପାଳ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଆସନ୍ତା ୧୦ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ଓଲିଙ୍କ ଘୋଷଣା ପରେ ମାଓବାଦୀ ପାର୍ଟି ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲା। ବିରୋଧୀ ଦଳଗୁଡ଼ିକ ଓଲି ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ମ୍ୟାଜିକ୍‌ ସଂଖ୍ୟା ଯୋଗାଡ଼ରେ ରହିଛି। ବିରୋଧୀ ଦଳ ନେପାଳୀ କଂଗ୍ରେସ, ମାଓଇଷ୍ଟ ସେଣ୍ଟର ଏବଂ ଜନତା ସମାଜବାଦୀ ପାର୍ଟିର ଗୋଟିଏ ଗୋଷ୍ଠୀ ମେଣ୍ଟ ସରକାର ଗଢ଼ିବା ଲାଗି ଆଲୋଚନା ଚଳାଇଛନ୍ତି। ଅନ୍ୟପକ୍ଷରେ ଓଲି କ୍ଷମତାରେ ରହିବା ଲାଗି ଜନତା ସମାଜବାଦୀ ପାର୍ଟିର ଅନ୍ୟ ଗୋଷ୍ଠୀ ସହ ବୁଝାମଣା ଚଳାଇଥିବା ଜଣାପଡ଼ିଛି।

Share