Categories: ଜାତୀୟ

ସରକାରୀ ବାବୁ ଗରିବଙ୍କ ପାଖରେ ପହଞ୍ଚନ୍ତୁ, କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୬: ସରକାରୀ ବାବୁମାନେ କେବଳ ବନ୍ଦ କୋଠରୀରେ ନ ବସି ଗରିବଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ବନ୍ଦ କୋଠରୀରେ ବସି ରହିବା ସଂସ୍କୃତିଠାରୁ ପ୍ରଶାସନିକ ଅଧିକାରୀମାନେ ଦୂରେଇ ରହିବା ଆବଶ୍ୟକ ବୋଲି ମୈସୁରି ସ୍ଥିତ ଲାଲ୍‌ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡ଼େମୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଦେଶର ବିକାଶ ପାଇଁ ସରକାରୀ ବାବୁମାନେ ଅଫିସର କୋଠରୀରୁ ବାହାରି ସାଧାରଣ ଜନତାଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

Share