କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧିଲେ

ବାରିପଦା ଅଫିସ,୨୨ା୧: ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି ଦୁଇ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗିବା ଘଟଣାକୁ ଜିଲା କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ କର୍ମକର୍ତ୍ତାମାନେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଜିଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରତିବାଦ ସ୍ବରୂପ କଳାବ୍ୟାଜ୍‌ ପରିଧାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଟୁଡୁ ଦୁଇ ଅଧିକାରୀ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଥିଲା। ଉଭୟ ଅଧିକାରୀ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ(ପିଆର୍‌ଏମ୍‌)ରେ ଚିକତ୍ସାଧୀନ ରହିଛନ୍ତି। ଆଇନକୁ ହାତକୁ ନେଇଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ ଓ ବରିଷ୍ଠ ଆଇନଜୀବୀ ବିଜନ ଦାସ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ତେବେ ଭାଜପା ସରକାରରେ ଥିବା ମନ୍ତ୍ରୀମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ଏହି ସଂକ୍ରାନ୍ତରେ ଜିଲା ଭାଜପା ପକ୍ଷରୁ କୌଣସି ନେତା କିମ୍ବା ବିଧାୟକ ମୁହଁ ଖୋଲୁ ନ ଥିବା ବେଳେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି।
ଅନ୍ୟପକ୍ଷରେ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଏପରି ବ୍ୟବହାରକୁ ନେଇ ଜିଲାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ସୋମବାରଠାରୁ ୩ଦିନ ପଇଁ କଳାବ୍ୟାଜ୍‌ ପିନ୍ଧିବା ଆରମ୍ଭ କରିଛନ୍ତି। ଏହି ମାଡ଼ ଘଟଣାକୁ ନେଇ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ଏହା କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି…

ଚୌଦ୍ୱାର,୧୯ା୧୧(ଆଶୁତୋଷ ଦାସ)-ଥିଲେ ୫ ଝିଅ। ଛଅ ମାସ ତଳେ ଜନ୍ମ ହୋଇଥିଲା ଏକମାତ୍ର ପୁଅ। ହେଲେ ସେହି ପୁଅକୁ ହତ୍ୟା କରି ପୋତିଦେଇଥିବା ହୋଇଛି ଅଭିଯୋଗ।...

ବଢ଼ିଲା ‘ବାଲିଯାତ୍ରା’ ଅବଧି

ଭୁବନେଶ୍ୱର/କଟକ,୧୯।୧୧: ବଢ଼ିଲା ଐତିହାସିକ ବାଲିଯାତ୍ରା ଅବଧି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଉ ଦିନକ ପାଇଁ ବୃଦ୍ଧି...

ଅନାସ୍ଥା ଭୋଟରେ ହାରିଗଲେ ତାଲପାଲି ସରପଞ୍ଚ

ଗାଇସିଲେଟ,୧୯।୧୧(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ ଜ଼ିଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଲା ସେଠଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ମଙ୍ଗଳବାର ସ୍ଥାନୀୟ ପଞ୍ଚାୟତ...

କଳାହାଣ୍ଡିରେ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳିତ: ସର୍ବଶ୍ରେଷ୍ଠ ସମିତି ଭାବେ ସମ୍ବର୍ଦ୍ଧିତ ହେଲା ଆମପାଣି କୃଷି ସମବାୟ ସମିତି

କୋକସରା,୧୯।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ କଳାହାଣ୍ଡି ଜିଲାସ୍ତରୀୟ ଉତ୍ସବ ମଙ୍ଗଳବାର ଭବାନୀପାଟଣା ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri