Posted inଜାତୀୟ

ଗୁରୁବାରରେ ମହିଳାଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ସରକାର: ଏଣିକି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୨।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ ଏଏପି ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି। କେଜ୍‌ରିୱାଲ ଗୁରୁବାରରେ ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି।

ଏହି ଯୋଜନା ଅଧୀନରେ ସରକାର ପ୍ରତି ମାସରେ ଏକ ହଜାର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। କେବଳ ଏତିକି ନୁହେଁ, ଅରବିନ୍ଦ କେଜ୍‌ରିୱାଲ ଘୋଷଣା କରିଛନ୍ତି, ନିର୍ବାଚନ ପରେ ମହିଳାମାନଙ୍କୁ ୧୦୦୦ଟଙ୍କା ବଦଳରେ ୨୧୦୦ଟଙ୍କା ଦିଆଯିବ। ଆସନ୍ତାକାଲିରୁ ମହିଳାମାନେ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ।

ଏହି ଅବସରରେ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଆଜି ମୁଁ ଦୁଇଟି ବଡ ଘୋଷଣା କରିବାକୁ ଯାଉଛି ଏବଂ ଏହା ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କ ପାଇଁ। ଆମେ ପ୍ରତି ମାସରେ ପ୍ରତିଶ୍ରୁତି ଦେଇଥିଲୁ ଯେ, ଆମେ ମହିଳାଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା କରିବୁ। ଆଜି କ୍ୟାବିନେଟ ଏହାକୁ ପାସ କରିସାରିଛି, ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ, ଥରେ ପଞ୍ଜୀକୃତ ହୋଇଗଲେ, ପ୍ରତି ମାସରେ ହଜାରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ।
କେଜ୍‌ରିୱାଲ ଆହୁରି ମଧ୍ୟ କହିଛନ୍ତି, ଆମେ ଗତ ଏପ୍ରିଲରେ ଏହା ଆରମ୍ଭ କରିବାକୁ ଯାଉଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଲୋକମାନେ ମୋତେ ଭୁଲ ମାମଲାରେ ଜେଲକୁ ପଠାଇଥିଲେ। ମୁଁ ୬-୭ ମାସ ଜେଲରେ ରହିଥିଲି ଏବଂ ବାହାରକୁ ଆସିବା ପରେ ଆତିଶୀ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବହୁତ ସାହାଯ୍ୟ କରିଥିଲେ। ଆଜି ଏହା କାର୍ଯ୍ୟକାରୀ ହୋଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରାୟ ୬୭ ଲକ୍ଷ ମହିଳା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୮ ଲକ୍ଷ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭୟାଭୟ ଅଗ୍ନିକାଣ୍ଡ, ୭ ମୃତ ଆଶଙ୍କା

ଚେନ୍ନାଇ, ୧୨।୧୨: ଗୁରୁବାର ଦକ୍ଷିଣ ତାମିଲନାଡୁ ଡିଣ୍ଡିଗୁଲ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା...

ନେପାଳ ସେନା ମୁଖ୍ୟଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ

ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍‌ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ...

‘ସିଇ୨୦’ କ୍ରାୟୋଜେନିକ୍‌ ଇଞ୍ଜିନର ସଫଳ ପରୀକ୍ଷଣ

ଚେନ୍ନାଇ, ୧୨।୧୨:ମଣଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ)କୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତାମିଲନାଡ଼ୁର ମହେନ୍ଦ୍ରଗିରୀସ୍ଥିତ ପ୍ରପଲ୍‌ସନ କମ୍ପଲେକ୍ସରୁ ଇସ୍ରୋ ବହୁ ପ୍ରତୀକ୍ଷିତ ସ୍ବେଦେଶୀ ‘ସିଇ୨୦’...

ଆମେ ମୁଣ୍ଡ ନୁଆଁଇବୁ ନାହିଁ: ଧନକରଙ୍କୁ ଖୋଲାଖୋଲି ଶୁଣାଇଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଉତ୍ତେଜନା ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ସର୍ବଦା ଦୁଇଟି...

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଳୀ,୧୨।୧୨: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।...

ସଂସଦରେ କଲେଜ୍‌ ଛାତ୍ରଙ୍କ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧୀ: ଜେପି ନଡା

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ମୁଖ୍ୟ ଜେପି ନଡା ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍‌...

ସଡ଼କ ଦୁର୍ଘଟଣାକୁ ନେଇ ସଂସଦରେ ରିପୋର୍ଟ ଉପସ୍ଥାପନ ବେଳେ କାହିଁକି ଭାବୁକ ହେଲେ ଗଡ଼କରୀ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଲୋକ ସଭାରେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଭାରତର ରେକର୍ଡ ଏତେ ଖରାପ...

ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ

ରାୟପୁର,୧୨।୧୨: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri