Advertisement

ସରକାରୀ ରାସ୍ତା ଉଚ୍ଛେଦ ଦାବି, ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେସିଙ୍ଗା,୧୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିରୋଲ ମୌଜାରେ ବିଶ୍ୱନାଥ ରାଇସ୍‌ ମିଲ୍‌ ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ବେନିୟମ ଭାବେ ରାସ୍ତା ନିର୍ମାଣ କରିଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାଯାଇଛି। କାଣ୍ଡେଲ-ଡୁମେରମୁଣ୍ଡାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଠାରୁ ବିଶ୍ୱନାଥ ରାଇସ୍‌ ମିଲ୍‌କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ଉକ୍ତ ରାଇସ୍‌ ମିଲ୍‌ମାଲିକ କାହାର ଆଦେଶରେ ରାସ୍ତା ନିର୍ମାଣ କରିଛନ୍ତି। ଘରୋଇ ରାସ୍ତା ନ ଥାଇ ବେନିୟମ ଭାବେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ସହ ରାଇସ୍‌ ମିଲକୁ ରାଜସ୍ବ ବିଭାଗର ବିନା ଆଦେଶରେ ରାସ୍ତା ନିର୍ମାଣ କରାଯାଇଛି। ସରକାରୀ ରାସ୍ତା ନାହିଁ। ଶିରୋଲ ମୌଜା ଖାତା ନମ୍ବର ୨୮୫ ଅନୁସାରେ ଗୋଚର ଓ ମୁଣ୍ଡା କିସମ ଜମି ଉପରେ ଥିବା ପ୍ଲଟ୍‌ନମ୍ବର ୩୧,୩୨ ଓ ମୁଣ୍ଡା ପ୍ଲଟ୍‌ ନମ୍ବର ୭୨,୭୩,୭୫ ପ୍ଲଟ୍‌ ଉପରେ ମାଟି ପକାଇ ବାକୁ ଅନୁମତି ଦେଲା କିଏ। ଉକ୍ତ ରାଇସ୍‌ ମିଲ୍‌ର ଜାଗାକୁ ମିଲ୍‌ ତିଆରି କରିବା ପାଇଁ ଜମିର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରିବା ପାଇଁ ତହସିଲଦାର ଅନୁମତି ଦେଲେ କେମିତି। ଯଦି ଉକ୍ତ ରାଇସ୍‌ ମିଲ୍‌କୁ ଘରୋଇ ରାସ୍ତା ନାହିଁ ତେବେ ସରକାରୀ ସଂସ୍ଥା ଏତେ ବଡ଼ ରାଇସ୍‌ ମିଲ୍‌କୁ ଅନୁମତି ଦେଲେ କେମିତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାସ୍ତା ନ ଥାଇ ବ୍ୟାଙ୍କ କେମିତି ଫାଇନାନ୍ସ କଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜିଲାପାଳ ସରକାରୀ ରାସ୍ତାକୁ ଉଚ୍ଛେଦ କରି ମୁଖ୍ୟ ରାସ୍ତା ପାଶର୍‌ବରେ ଏକ ବାଡ଼ା ନିର୍ମାଣ କରି ରାସ୍ତା ବନ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଶିରୋଲ ରାଜସ୍ବ ନିରୀକ୍ଷକ ଲୋହିତ ବଗର୍ତ୍ତିଙ୍କୁ ପଚାରିବାରୁ ମୁଁ ନୂଆ କରି ଶିରୋଲ ରାଜସ୍ବ କାର୍ଯ୍ୟାଳୟରେ ଯୋଗଦାନ କରିଛି। ମୋ’ ନିକଟକୁ ତଦନ୍ତ ପାଇଁ କିଛି ଅଭିଯୋଗ ଆସିନାହିଁ। ଆସିଲେ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ଦେବି ବୋଲି ପ୍ରକାଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: road