କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ ରପ୍ତାନିକାରୀ । ମାଚ୍ଚରେ ପିଆଜ ପୁଣିଥରେ ଖାଉଟିଙ୍କୁ କଲବଲ
କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଖରିଫ ଫସଲ ନ ଆସିବା ଯାଏ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶରେ ବଡ଼ ଧରଣର ଯୋଗାଣ ସଂକଟ ଦେଖାଦେବ ବୋଲି ଅନୁମାନ କରାଯାଉଛି।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦରଦାମ୍‌ ବଢିବ ବୋଲି ଆଶଙ୍କା କରାଯାଉଛି। ଏଥିସହ ଅତ୍ୟାବଶ୍ୟକ ପରିବା ଆକାଶ ଛୁଆଁ ହେବାର ସମ୍ଭାବନା ରହିଛି। ୨୦୨୩ରେ ଖରାପ ପାଣିପାଗ ଯୋଗୁ ମହାରାଷ୍ଟ୍ର, କର୍ନାଟକ ଏବଂ ଦେଶର ଅନ୍ୟାନ୍ୟ ଉତ୍ପାଦନକାରୀ ରାଜ୍ୟରେ ଏହାର ଅଭାବ ପଡ଼ିଥିଲା । ଫଳରେ ଡାଲି, ଚିନି ଓ ପିଆଜ ଆଦି ଉତ୍ପାଦନ
ପ୍ରଭାବିତ ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଉତ୍ପାଦନ ପ୍ରାୟ ୧୩ ପ୍ରତିଶତ କମିଯିବ ।

ବୋଲି ପିଆଜ ରପ୍ତାନିକାରୀ ଗୋଷ୍ଠୀ , କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି । ଉପଯୁକ୍ତ ଅନୁଶୀଳନ ବିନା ପିଆଜ ଉପରୁ ରପ୍ତାନୀ କଟକଣା ହଟାଇବାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି । ଉତ୍ପାଦନ କମିବା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ସେମାନେ ସତର୍କ କରାଇଛନ୍ତି। ୩,୦୦,୦୦୦ ଟନ ପିଆଜ ରପ୍ତାନୀକୁ ଅନୁମତି ଦେବା ଫଳରେ ନାସିକ ବଜାରରେ କିଲୋ ପିଛା ଦର ୩୫ରୁ ୪୦ ଟଙ୍କାକୁ ବଢ଼ିଯିବ । ସେହିଭଳି ଅନ୍ୟାନ୍ୟ ରିଟେଲ ବଜାରରେ ମୂଲ୍ୟ ୬୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri