ନୂଆଦିଲ୍ଲୀ,୧୨।୮: ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ତେବେ ଅଧିବେଶନରେ ପାକିସ୍ତାନ ଉପରେ ଆଲୋଚନା କରାଯାଇଥିଲା। ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ସରକାର ପ୍ରଦାନ କରିଥିଲେ। ସରକାର କହିଛନ୍ତି,୨୦୨୦ରେ ୨୪ ସୈନିକ ନିହତ ହୋଇଥିଲେ।
ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି, ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକ ଅସ୍ତିତ୍ୱରେ ଆସିବା ପରଠାରୁ ତିନୋଟି ଘଟଣା ଘଟିଛି। ଏହା ବ୍ୟତୀତ ଅନ୍ୟାନ୍ୟ ଘଟଣା ମଧ୍ୟ ଘଟିଛି। ଆମର ସୈନିକମାନେ ବର୍ତ୍ତମାନ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ସଂସଦରେ ବିରୋଧୀମାନେ ପାକିସ୍ତାନ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଭାରତୀୟ ନାଗରିକ ଏବଂ ସୈନିକଙ୍କ ସଂଖ୍ୟା ବିଷୟରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଭଟ୍ଟ ସରକାରଙ୍କ ପକ୍ଷରୁ ତଥ୍ୟ ରଖିଥିଲେ। ଅସ୍ତ୍ରବିରତି ଉଲ୍ଲଘଂନ ଯୋଗୁ ୨୪ ସୈନିକ ନିହତ ହେବା ସହ ୨୨ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ୨୦୨୧ରେ, ଚାରିଜଣ ସୈନିକ ସହିଦ ହୋଇଥିଲେ।