Categories: ଜାତୀୟ

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌। ରାଇଟ ଟୁ ଏଜୁକେଶନ ଆକ୍ଟର ଉଦାହରଣ ଦେଇ କୋର୍ଟ କହିଛନ୍ତି, ଆଇନ ତିଆରି ହୋଇଛି କିନ୍ତୁ ସ୍କୁଲଗୁଡ଼ିକ କେଉଁଠି। ଶିକ୍ଷକ କେଉଁଠୁ ଆସିବେ? କୌଣସି ଭିତ୍ତିଭୂମି ସମ୍ବଳ ନାହିଁ।
କେତେକ ସ୍ଥାନରେ ଶିକ୍ଷାମିତ୍ର ଅଛନ୍ତି ଯେଉଁମାନେ ପାଞ୍ଚ ହଜାର ଟଙ୍କା ପାଆନ୍ତି । ଯିଏ ପରେ ସମାନତା ଦାବି କରନ୍ତି। ଯେତେବେଳେ ଏଭଳି ମାମଲା କୋର୍ଟକୁ ଆସେ, ସରକାର ବଜେଟ୍‌ର ପ୍ରତିବନ୍ଧକ ଥିବା ଉପସ୍ଥାପନ କରନ୍ତି। ଏହି ଦିଗକୁ ସମ୍ପୂର୍ଣ୍ଣ ରୂପେ ଦେଖିବା ଉଚିତ୍‌ ବୋଲି କୋର୍ଟ ସରକାରଙ୍କୁ କହିଛନ୍ତି। ସରକାର ଏହି ଦିଗରେ କାର୍ଯ୍ୟ କରିବା ଉଚିତ, ନଚେତ୍‌ ଏହା କେବଳ ମୌଖିକ ଦାବି ହୋଇ ରହିବ।

Share