Categories: ଜାତୀୟ

କାନ୍ଥ ନୁହେଁ ସମ୍ପର୍କର ସେତୁ ସ୍ଥାପନ କରନ୍ତୁ ସରକାର: ରାହୁଲ

ନୂଆଦିଲ୍ଲୀ, ୨।୨: କୃଷି ଆଇନ ନେଇ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀ ଯେଭଳି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥି ପାଇଁ ଗାଜିପୁର ଏବଂ ଟିକିରି ସୀମାରେ ବ୍ୟାରିକେଡିଂ କରାଯିବା ସହିତ ରାସ୍ତାରେ ଲୁହା ଛଡ଼ ପୋତାଯାଇ ଏହାକୁ ସିମେଣ୍ଟ କରାଯାଇଛି। ଏହାକୁ ନେଇ ମଙ୍ଗଳବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି କେନ୍ଦ୍ର ସରକାର ରାସ୍ତାରେ ବ୍ୟାରିକେଡ୍‌ କାନ୍ଥ ତିଆରି କରିବା ବଦଳରେ ଚାଷୀ ସଂଗଠନଗୁଡ଼ିକ ସହିତ ଆଲୋଚନା କରିବା ଲାଗି ସମ୍ପର୍କର ସେତୁ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ। ଏହାଦ୍ୱାରା ଏହି ପ୍ରସଙ୍ଗର ସଫଳ ସମାଧାନର ସୂତ୍ର ବାହାରି ପାରିବ ବୋଲି ରାହୁଲ ଟୁଇଟ୍‌ କରି କହିଛନ୍ତି। ସରକାର ଆନ୍ଦୋଳନକାରୀଙ୍କୁ ମାଡ଼ ମାରିବା ସହିତ ଧମକଚମକ ଦେଇ ଭୟଭୀତ କରାଉଥିବା ରାହୁଲ ଅଭିଯୋଗ କରିଛନ୍ତି।

Share