Posted inଖେଳ

ବିଶ୍ୱ ଚାମ୍ପିୟନର ପରାଜୟ ନେଇ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର…

କଲମ୍ବୋ,୬।୧୧ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର ପ୍ରଭାବ ଦୃଶ୍ୟମାନ ହେବାକୁ ଲାଗିଲାଣି। ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା ୭ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ଜିତିଛି ଏବଂ ଦଳ ସେମିଫାଇନାଲ ପାଇଁ ଦୌଡ଼ରୁ ବାଦ ପଡିଛି। ଗତ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୦୨ରନ ବ୍ୟବଧାନରେ ପରାସ୍ତ କରିଥିଲା। ସେବେଠାରୁ ଦେଶରେ ଉତ୍ତେଜନା ଦେଖାଦେଇଛି ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଚୟନକର୍ତ୍ତାଙ୍କୁ ଏ ବିଷୟରେ ପ୍ରଶ୍ନ କରି ଏହାର ଉତ୍ତର ଲୋଡିଥିଲେ।

ଏହାପୂର୍ବରୁ କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହ ଏକ ବିବୃତ୍ତିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଦେଶଦ୍ରୋହୀ ଏବଂ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। ସେ ବୋର୍ଡ ସଦସ୍ୟଙ୍କ ଇସ୍ତଫା ଦାବି କରିଥିଲେ। ପରବର୍ତ୍ତୀ ସମୟରେ ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ଶ୍ରୀଲଙ୍କା କ୍ରିକେଟ ସଚିବ ମୋହନଡି ସିଲଭା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ କାରଣ ଦଳର ପରାଜୟକୁ ନେଇ କ୍ରିକେଟ ପ୍ରଶଂସକମାନେ ତାଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ।

କ୍ରୀଡ଼ା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ମନ୍ତ୍ରୀ ସୋମବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅବଶିଷ୍ଟ ସଦସ୍ୟଙ୍କୁ ବରଖାସ୍ତ କରି ସେମାନଙ୍କୁ ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ କମିଟିରେ ସ୍ଥାନିତ କରିଛନ୍ତି। ରଣତୁଙ୍ଗାଙ୍କ ସହ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ମଧ୍ୟ ୭ଜଣିଆ କମିଟିରେ ସାମିଲ ହେବେ।

ବିଶ୍ୱକପ ୨୦୨୩ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ଅଛି ଏବଂ ସୋମବାର ଦଳ ଦିଲ୍ଲୀରେ ବାଂଲାଦେଶ ସହିତ ମୁହାଁମୁହିଁ ହେବ। ଏହି ମ୍ୟାଚ ଜିତି ଶ୍ରୀଲଙ୍କା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହୁଁଛି ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri