Advertisement

ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ: ପିସିସି ସଭାପତି

ଭୁବନେଶ୍ୱର, ୩।୪: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ କଂଗ୍ରେସର ନିନ୍ଦା କରିଛି। ଏହି ନିଷ୍ପତ୍ତିକୁ ନିନ୍ଦା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ। ବିଜୁ ବାବୁଙ୍କ ସହ ବାଜପେୟୀଙ୍କ ସମ୍ପର୍କ ମଧ୍ୟ ଭାଜପା ଭୁଲଯାଇଛି। ଆମେ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରୁଛୁ ବୋଲି ଭକ୍ତ ଦାସ କହିଛନ୍ତି।

ଅନ୍ୟପକ୍ଷେ,

ଭାଜପାକୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜୁ ବାବୁଙ୍କ ଜନ୍ମଦିନକୁ ନେଇ ବର୍ଷିଲେ ପ୍ରମିଳା। ସେ କହିଛନ୍ତି, ଭାଜପା ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା । ହେଲେ ବିଜୁ ପଟ୍ଟନାୟକଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ । ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ସେ ୧୯୯୩ ମସିହାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତେବେ ଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁଙ୍କ ନାଁକୁ ସେମାନେ ଡରୁଛନ୍ତି । କାରଣ ଲୋକ ତାଙ୍କୁ ଭଲ ପାଆନ୍ତି। ଏପରି ଅପମାନ କରିବା ସରକାରର ଠିକ ନୁହେଁ। କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା ମାର୍ଚ୍ଚ -୫ ରେ। ହେଲେ ଭାଜପା ଯେପରି ଅସମ୍ମାନ କଲା, ତାହା କଣ ଓଡ଼ିଆ ଅସ୍ମିତା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି। ଏଥିରୁ ଜଣା ପଡୁଛି ମହାପୁରୁଷଙ୍କୁ ଏହି ସରକାରକେତେ ସମ୍ମାନ କରନ୍ତି । ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ପାଳନ ହେବ। ସକାଳେ ହସ୍ପିଟାଲରେ ଫଳ ବଣ୍ଟନ ଓ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହେବ ବୋଲି ସ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel