Categories: ବାଣିଜ୍ୟ

ରେଲୱେ ଏହି କମ୍ପାନୀର ବଡ଼ ଅଂଶଧନ ବିକ୍ରି କରିବେ ସରକାର, ରିହାତିରେ ମିଳିବ ସେୟାର

ନୂଆଦିଲ୍ଲୀ, ୬ା୧୨: ପବ୍ଲିକ ସେକ୍ଟର କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡର ୮ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ କେନ୍ଦ୍ର ସରକାର ଏକ ଅଫର ଆଣିଛନ୍ତି। ବିକ୍ରୟ ପାଇଁ ଏହି ଅଫର ଗୁରୁବାର, ଡିସେମ୍ବର ୭, ୨୦୨୩ ରେ ଖୋଲିବ, ଯେଉଁଥିରେ ଅଣ-ଖୁଚୁରା ନିବେଶକମାନେ ଅଂଶଗ୍ରହଣ କରିପାରିବେ। ଯେତେବେଳେ କି ଖୁଚୁରା ନିବେଶକମାନେ ଶୁକ୍ରବାର ୮ ଡିସେମ୍ବରରେ ଏହି ଓଫେସ’ରେ ବିଡ୍ କରିବାକୁ ସମର୍ଥ ହେବେ। ଇରକନ ର ଅଫର ପାଇଁ ଶେୟାର ପିଛା ୧୫୩ ଟଙ୍କା ମୂଲ୍ୟରେ ସରକାର ସ୍ଥିର କରିଛନ୍ତି।

ଏକ୍ସଚେଞ୍ଜରେ ଦାଖଲ ହୋଇଥିବା ନିୟାମକ ପତ୍ରରେ ଇରକନ ଇଣ୍ଟରନ୍ୟାସନାଲ କହିଛି ଯେ ଡିସେମ୍ବର ୭, ୨୦୨୩ ରେ ଅଣ-ଖୁଚୁରା ନିବେଶକମାନେ ମୋଟ ୪ ପ୍ରତିଶତ ଅର୍ଥାତ୍ ବିକ୍ରୟ ଅଫର ଅନ୍ତର୍ଗତ ୩,୭୬,୨୦,୬୨୯ ଅଂଶଧନ ପାଇଁ ଟେଣ୍ଡର କରିପାରିବେ। ଡିସେମ୍ବର ୮ ରେ, ଖୁଚୁରା ନିବେଶକମାନେ ମଧ୍ୟ ସମାନ ସଂଖ୍ୟକ ସେୟାର ପାଇଁ ବିଡ୍ କରିବାକୁ ସମର୍ଥ ହେବେ। କମ୍ପାନୀର କର୍ମଚାରୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେୟାର ପାଇଁ ଆବେଦନ କରିପାରିବେ। ଡିଆଇପିଏଏମ ଯଥା ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇରକନ ର ବିକ୍ରୟ ପାଇଁ ଅଫର ବିଷୟରେ ସୂଚନା ଦେଇଛି।

ତେବେ ଡିସେମ୍ବର ୬ ବୁଧବାର ଦିନ ଷ୍ଟକ୍ ମାର୍କେଟ ବନ୍ଦ ହେବା ବେଳକୁ ବନ୍ଦ ମୂଲ୍ୟ ୧୭୧.୯୫ ଟଙ୍କା କିମ୍ବା ୧୮.୪୩ ପ୍ରତିଶତ ରିହାତିରେ ରହିଛି। ସାମ୍ପ୍ରତିକ ସମୟରେ, ଏହା ଦେଖାଯାଇଛି ଯେ ଯେତେବେଳେ ବି ସରକାର କୌଣସି କମ୍ପାନୀର ବିକ୍ରୟ ପାଇଁ ଅଫର ଆଣିଥା’ନ୍ତି, ପରଦିନ ଷ୍ଟକରେ ଏକ ବଡ଼ ହ୍ରାସ ଘଟିଥାଏ ଏବଂ ସେୟାର ମୂଲ୍ୟ ହ୍ରାସ ପାଇଥାଏ।

ଗତ ଏକ ବର୍ଷ ମଧ୍ୟରେ, ଇରକନ ସେୟାରଗୁଡିକ ନିବେଶକମାନଙ୍କୁ ଭଲ ରିଟର୍ନ ଦେଇଛି। ଏକ ବର୍ଷ ପୂର୍ବେ ଏହାର ଷ୍ଟକ୍ ପ୍ରାୟ ୪୯ ଟଙ୍କାରେ କାରବାର କରୁଥିଲା। ଡିସେମ୍ବର ୨୦୨୨ ଠାରୁ, ଷ୍ଟକ୍ ଏହା ୨୫୮ ପ୍ରତିଶତ ମଲ୍ଟିବ୍ୟାଗର୍ ରିଟର୍ନ ଦେଇଛି। ଯେତେବେଳେକି ଏହି ଅଂଶ ୫ ବର୍ଷରେ ୩୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛି।

Share