୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି

ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର ୧୯ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍‌ ଆରବିଆଇରୁ ୨ରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ। ସେମାନେ ଏହି ଟଙ୍କାକୁ ନିର୍ବାଚନ ପୂର୍ବରୁ ଲୋକାଭିମୁଖୀ କାମରେ ଲଗାଇବେ ବୋଲି ବ୍ୟାଙ୍କ୍‌ ପାଖରେ ଦାବି କରିଥିଲେ। ଟଙ୍କା ଉଠାଣକୁ ନେଇ ଆରବିଆଇ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଆଚାର୍ଯ୍ୟ ତାଙ୍କ ପୁସ୍ତକ ‘କ୍ୱେଷ୍ଟ ଫର ରିଷ୍ଟୋରିଙ୍ଗ୍‌ ଫାଇନାସିଙ୍ଗ୍‌ ଷ୍ଟାବିଲିଟି ଅଫ୍‌ ଇଣ୍ଡିଆ’ରେ ଏ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି। ଏଥିରେ ସରକାରଙ୍କ ଏହି ଉଦ୍ୟମକୁ ‘ରାଷକୋଷରେ ଅଭାବ ଦେଖାଯିବା’ ଏବଂ ବ୍ୟାକଡୋର୍‌ ମୋନେଟାଇଜେସନ’ ବୋଲି ବର୍ଣ୍ଣନା କରାଯାଇଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ସରକାର ଆରବିଆଇରୁ ବିପୁଳ ପରିମାଣର ଅର୍ଥ ଉଠାଣ କରି ଲୋକାଭିମୁଖୀ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ। ତେବେ ଆରବିଆଇ ଏହା ସପକ୍ଷରେ ନ ଥିଲା। ତେଣୁ ସରକାର ଓ ଅରବିଆଇ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।

ସେତେବେଳେ ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଆକ୍ଟର ଧାରା ୭ ବ୍ୟବହାର କରି ଆରବିଆଇକୁ ନିର୍ଦ୍ଦେଶ ଦେବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଅକ୍ଟୋବର ୨୬ ୨୦୧୮ରେ ଆବିଆଇର ତତ୍କାଳୀନ ଡେପୁଟି ଗଭର୍ଣ୍ଣର ଆଚାର୍ଯ୍ୟ ଏକ ବକ୍ତବ୍ୟ ଦେବାବେଳେ ଏହି ପ୍ରସଙ୍ଗ ଉଠାଇଥିଲେ।

୨୦୨୦ରେ ଆଚାର୍ଯ୍ୟଙ୍କ ପ୍ରକାଶିତ ତାଙ୍କ ପୁସ୍ତକର ନୂତନ ସଂସ୍କରଣର ସେ କହିଥିଲେ, ଅମଲାତନ୍ତ୍ର ଏବଂ ସରକାରରେ ବସିଥିବା କିଛି ‘ସୃଜନଶୀଳ ମସ୍ତିଷ୍କ’ର କିଛି ଲୋକ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଆରବିଆଇରେ ଜମା ହୋଇଥିବା ବଡ ରକମର ଟଙ୍କାକୁ ବର୍ତ୍ତମାନର ସରକାରଙ୍କ ଖାତାରେ ସ୍ତାନାନ୍ତରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri