Categories: ଜାତୀୟ

ନିଖୋଜଙ୍କୁ ମୃତ ଘୋଷଣା କରିବେ ସରକାର

ଡେରାଡୁନ୍‌,୨୩।୨: ଚାମୋଲିରେ ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ପତ୍ତା ମିଳିନି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ନିଖୋଜଙ୍କ ବାଟ ଚାହିଁ ବସିଛନ୍ତି ପ୍ରିୟପରିଜନ। ଏପରିସ୍ଥଳେ ରାଜ୍ୟ ସରକାର ନିଖୋଜଙ୍କୁ ମୃତ ଘୋଷଣା କରିବା ଲାଗି ଏକ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ନିଖୋଜଙ୍କୁ ମୃତ ଘୋଷଣା କରାଯିବା ସହିତ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ଜାରି କରାଯିବ। ମୃତ୍ୟୁ ପ୍ରମାଣପତ୍ରକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯିବ ବୋଲି ଅଧିସୂଚନାରେ ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ଅଧିସୂଚନା ଦ୍ୱାରା ନିଖୋଜଙ୍କ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ବାସ୍ତବତାକୁ ଗ୍ରହଣ କରିନେବାକୁ ବାଧ୍ୟ ହେଉଛନ୍ତି।

Share