Categories: ଜାତୀୟ

ବକେୟା ବିଦ୍ୟୁତ୍‌ ବିଲ୍‌ ଭରଣା କରିବେ ସରକାର

ଚଣ୍ଡିଗଡ଼,୨୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ନେତୃତ୍ୱରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ କରିବାକୁ କ୍ୟାବିନେଟ ମୋହର ଲଗାଇଛି। ଏହି କ୍ରମରେ ୨ କିଲୋୱାଟ ଯାଏଁ ଯେଉଁ ୮୦ ପ୍ରତିଶତ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ୍‌ ବିଲ୍‌ ରହିଛି ତାକୁ ଛାଡ କରାଯିବ । ଏହାସହ ଯେଉଁ ୧ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟି ଦିଆଯାଇଛି। ସେମାନଙ୍କ ଘରକୁ ପୁଣି ବିଦ୍ୟୁତ୍‌ ସଂଯୋଗ କରାଯିବ। ଏହି ବକେୟା ବିଲ୍‌ ସରକାର ଭରଣା କରିବେ। ଏଥିପାଇଁ ସରକାରଙ୍କ ଉପରେ ୧୨୦୦ କୋଟିର ଆର୍ଥିକ ବୋଝ ପଡିବ ବୋଲି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ।

ଏପରିକି ଜନସାଧାରଣଙ୍କ ଯାହା କିଛି ସମସ୍ୟା ରହିଛି ତୁରନ୍ତ ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି ବିଜୁଳି ବିଲକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି ତା’ ଉପରେ ପ୍ରଥମେ ବିଚାର କରାଯିବାକୁ କୁହାଯାଇଛି।

 

Share