କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!

ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସରକାର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ସାରିଲେଣି । ମିଳିଥିବା ସୂଚନା ଅନୁଯାୟୀ, ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ଏଥିରେ ଦେଶବାସୀଙ୍କ ଟିକାକରଣ ପାଇଁ ପାଖାପାଖି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କପାଇଁ ସରକାର ପ୍ରାୟ ୪ଶହ ଟଙ୍କା ଖର୍ଚ୍ଚ କରିବେ ଯେଉଁଥିରେ ଟିକାର ୨ଟି ଡୋଜ୍ ସାମିଲ କରାଯିବ । କୁହାଯାଉଛି ସରକାରଙ୍କ ନିୟନ୍ତ୍ରଣ ଯୋଗୁ ଟିକାର ଦାମ୍ ଏତେ କମ୍ ରହିଛି । ନଚେତ୍ ବଜାରରେ ସିଧାସଳଖ ଭାବେ ଉପଲବ୍ଧ ହେଉଥିଲେ ଏହାର ଦାମ୍ ବହୁ ଅଧିକ ହୋଇ ଥାଆନ୍ତା । ନ୍ୟାଶନାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିଥିବା ଏକ ବିଶେଷ ସୂଚନା ଅନୁଯାୟୀ, କରୋନାର ଗୋଟିଏ ଡୋଜ୍ ଟିକା ପାଇଁ ସରକାର ପାଖାପାଖି ୨୧୦ ଟଙ୍କା ଖର୍ଚ୍ଚ କରୁଛନ୍ତି ।

Share