Advertisement

କରୋନା ଟିକା ନ ନେଇଥିଲେ ଜାନୁୟାରୀ ୧ରୁ ଏସବୁ ମନା

ଚଣ୍ଡିଗଡ,୨୨।୧୨: ହରିୟାଣାରେ କରୋନା ଟିକା ନେଇ ନ ଥିବା ଲୋକଙ୍କ ଉପରେ ଜାନୁଆରୀ ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଜ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଟିକାର ଉଭୟ ଡୋଜ୍‌ ନେଇନାହାଁନ୍ତି, ସେମାନଙ୍କୁ ବସ ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ, ମଲ ଏବଂ ହୋଟେଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏପର୍ଯ୍ୟନ୍ତ ହରିୟାଣାରେ ଓମିକ୍ରନ ଭାରିଆଣ୍ଟର ୬ଟି ମାମଲା ରୁଜୁ ହୋଇଛି। ବିଦେଶରୁ ଫେରିଥିବା ତିନି ଜଣ ଗୁରୁଗ୍ରାମରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ ଦିଲ୍ଲୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share