Posted inଜାତୀୟ

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ବଦେଶୀ ଗାଈର ସ୍ଥିତି, ମାନବ ଖାଦ୍ୟରେ ସ୍ବଦେଶୀ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ ଚାଷ ପ୍ରଣାଳୀରେ ଦେଶୀ ଗାଈ ଗୋବର ଏବଂ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ଉପକାରିତାକୁ ଧ୍ୟାନରେ ରଖି ସରକାର ବର୍ତ୍ତମାନଠାରୁ ଦେଶୀ ଗାଈ ମାନଙ୍କୁ ‘ରାଜ୍ୟମାତା ଗୋମାତା’ ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା।

ସନାତନ ଧର୍ମରେ ଗାଈକୁ ମାତା ଭାବରେ ବିବେଚନା କରାଯାଏ। ଆହୁରି ମଧ୍ୟ ଏହି ଧର୍ମରେ ଗାଈକୁ ପୂଜା କରାଯାଏ। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଦେବତା ଓ ଦେବୀ ଗାଈଙ୍କଠାରେ ବାସ କରନ୍ତି। କିଛି ଦିନ ହେଲା ଗାଈକୁ ରାଜ୍ୟର ମାତା ମାନ୍ୟତା ଦେବା ପାଇଁ ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ନିରନ୍ତର ଦାବି ହୋଇଆସୁଛି। ବର୍ତ୍ତମାନ ସରକାର ସେମାନଙ୍କ ମତରେ ରାଜି ହୋଇଛନ୍ତି ଏବଂ ମହାରାଷ୍ଟ୍ରର ଗାଈକୁ ରାଜ୍ୟର ମାତା ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ...

ଚାଇନାର ନୂଆ ଚାଲ୍‌: ଭାରତର ବଢିଲା ଟେନ୍‌ସନ

ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) କରାକୋରମ ମାଳଭୂମି ନିକଟରେ ଏହି...

ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ...

ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍‌ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍‌ ଏମିତି କାହିଁକି କହିଲେ ଚନ୍ଦଚୂଡ

ନୂଆଦିଲ୍ଲୀ,୩୦।୯: ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୋମବାର କୋର୍ଟରେ ବସିବା ମାତ୍ରେ ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ...

ଖାର୍ଗେଙ୍କ ଉପରେ ରାଗିଲେ ଶାହା! କହିଲେ ଏମିତି କଥା

ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ...

ଚନ୍ଦ୍ର ପୃଷ୍ଠରେ ବି ପଡିଲା ଲକ ଡାଉନର ପ୍ରଭାବ! ଚମକାଇ ଦେଉଛି ବୈଜ୍ଞାନିକଙ୍କ ଗବେଷଣା

ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସମଗ୍ର ବିଶ୍ୱରେ ୨୦୨୦ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ ଲକ ଡାଉନ କରାଯାଇଥିଲା। ତେବେ ଏହି...

ଖାର୍ଗେ ରାହୁଲଙ୍କ ବିରୋଧୀ, କାହିଁକି ଏମିତି କହିଲେ ଗିରିରାଜ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ...

ବଲିଉଡରୁ ଅବସର ନେବେ ଶାହାରୁଖ!

ମୁମ୍ବାଇ,୩୦।୯: ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସୁଥିଲେ। ତାଙ୍କୁ ବଲିଉଡର ଶେଷ ସୁପରଷ୍ଟାର ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri