Categories: ଜାତୀୟ

ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୨।୧: କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆଖୁର ଉଚିତ ତଥା ପାରିଶ୍ରମିକ(FRP)ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ରୁ ୩୪୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଖୁ ମିଲର ଚାଷୀଙ୍କୁ ଆଖୁର ଉଚିତ ତଥା ପାରିଶ୍ରମିକ ନିଶ୍ଚିତ କରିବାକୁ ହେଲେ ଅକ୍ଟୋବରରୁ ଆଗାମୀ ଆଖୁ ସିଜିନ ପାଇଁ ୧, ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟେମ୍ବର ଅବଧିରେ ମୂଲ୍ୟ ନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଗତ ବର୍ଷ ୩୧୫ ଟଙ୍କା ଥିଲା। FRP ହେଉଛି ସର୍ବନିମ୍ନ ମୂଲ୍ୟ ଯାହା ମିଲଗୁଡିକ ଆଖୁ ଚାଷୀଙ୍କୁ ଦେବାକୁ ପଡିବ।

Share