Categories: ଜାତୀୟ

ସରକାରଙ୍କ ବଡ଼ ଘୋଷଣା: କିଡ଼ନୀ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଚଣ୍ଡିଗଡ,୧୮।୧୦: ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସାଇନି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସେ ରାଜ୍ୟବାସୀଙ୍କୁ ବହୁତ ଉପହାର ଦେଇଛନ୍ତି। ସାଇନି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କରିଛନ୍ତି। ଭବିଷ୍ୟତରେ ସମସ୍ତ ମେଡିକାଲ କଲେଜରେ ମାଗଣା ଡାଏଲିସିସ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସାଇନି କହିଛନ୍ତି, ଆଜି ପ୍ରଥମ କ୍ରମରେ ସେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଫାଇଲରେ ଦସ୍ତଖତ କରିଛନ୍ତି। ଆମ ମାନିଫେଷ୍ଟୋରେ ଜନସାଧାରଣଙ୍କୁ ଏହା ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ହେଉଛି ଭାଜପାର ତୃତୀୟ କାର୍ଯ୍ୟକାଳ। ମୋଦି ଜିଙ୍କ ନୀତିକୁ ଜନସାଧାରଣ ଅନୁମୋଦନ କରିଛନ୍ତି। କଂଗ୍ରେସକୁ ହରିୟାଣାର ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିରୋଧୀ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାୟବ ସିଂ ସାଇନି। ସାଇନିଙ୍କ ସହ ୧୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ, ମାର୍ଚ୍ଚ ୧୨, ୨୦୨୪ରେ ସେ ପ୍ରଥମ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ହରିୟାଣାରେ ସରକାର ଗଠନ କରିଛି। ଏଥର ଭାଜପା ହରିୟାଣାରେ ଏକ ଐତିହାସିକ ବିଜୟ ହାସଲ କରିଛି।

Share