ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଆରେ ହେବ ଡାକ୍ତରୀ ପାଠପଢ଼ା

ଭୁବନେଶ୍ୱର,୫ା୭(ବନ୍ଦନା ସେଠୀ):ରାଜ୍ୟରେ ଓଡ଼ିଆ ଭାଷାରେ ଡାକ୍ତରୀ ପାଠ ପଢାଯିବ। ଏଥିପାଇଁ କେଉଁସବୁ ବ୍ୟବସ୍ଥା ଆପଣାଯିବ ତାହା ସ୍ଥିର କରିବା ପାଇଁ ରାଜ୍ୟ ସରକାର ଏକ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏମ୍‌ବିବିଏସ୍‌ କୋର୍ସ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ। ଏଥିପାଇଁ ସମୟ ନିର୍ଘଣ୍ଟ ସାଙ୍ଗକୁ ଆବଶ୍ୟକ ଖର୍ଚ୍ଚ ସମ୍ପର୍କରେ କମିଟି ସରକାରଙ୍କୁ ରିପୋର୍ଟ ଦେବ। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍ସେସ (ଓୟୁଏଚ୍‌ଏସ୍‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏମ୍‌ସ ଭୁବନେଶ୍ୱରର ଆଡିଶନାଲ ପ୍ରଫେସର (ଆନାଟୋମି) ଡା. ପ୍ରଭାସ ତ୍ରିପାଠୀ, ବାୟୋକେମ୍‌ ବିଭାଗର ମୁଖ୍ୟ ପ୍ରଫେସର ମନସ୍ବିନୀ ମଙ୍ଗରାଜ, ଆଡିଶନାଲ୍‌ ପ୍ରଫେସର (ଫାର୍ମାଲୋଜି) ଡା. ବିଶ୍ୱରଞ୍ଜନ ପାଢୀ, ଇଏନ୍‌ଟି ବିଭାଗ ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ପରିଡ଼ା, ଅର୍ଥୋପେଡିକ୍‌ ମୁଖ୍ୟ ପ୍ରଫେସର ବିଷ୍ଣୁ ପାତ୍ର, ପେଡିଆଟ୍ରିକ୍‌ ପ୍ରଫେସର ଭାଗୀରଥି ଦ୍ୱିବେଦୀ, ଡର୍ମାଟୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ବିଶ୍ୱନାଥ ବେହେରା, ରେଡିଓଲୋଜି ବିଭାଗର ଆଡିଶନାଲ ପ୍ରଫେସର ସୁଦୀପ୍ତ ନାୟକ, କଟକ ଏସ୍‌ସିବି ମେଡିକାଲ୍‌ର ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅର୍ଚ୍ଚନା ମିଶ୍ର, ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ମିହିର ରଞ୍ଜନ ନାୟକ, ସୁନ୍ଦରଗଡ଼ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଭରତ ପଟେଲ, ଓୟୁଏଚ୍‌ଏସ୍‌ର ଡେପୁଟି କଣ୍ଟ୍ରୋଲର ଅଫ୍‌ ଏକ୍‌ଜାମିନେଶନ୍‌ ଡା. ପ୍ରଦୀପ କୁମାର ନାୟକ, ପୂର୍ବତନ ପ୍ରଫେସର ନିରଞ୍ଜନ ରାଉତ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ଏସ୍‌ପିଏମ୍‌ ବିଭାଗ ମୁଖ୍ୟ ଡା. ଦୁର୍ଗା ଶତପଥୀ, ବାରିପଦା ମେଡିକାଲ ଆଣ୍ଡ୍‌ କଲେଜ ମେଡିସିନ ବିଭାଗର ଆସୋସିଏଟ୍‌ ପ୍ରଫେସର ପ୍ରସନ୍ନ କୁମାର ରାଠୋର୍‌, ପୁରୀ ଏସ୍‌ଜେଏମ୍‌ସିଏଚ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଲଛମନ ବାଗ୍‌, ବାରିପଦା ଓ ଆଣ୍ଡ୍‌ ଜି ପିଆର୍‌ଏମ୍‌ଏମ୍‌ସିଏଚ୍‌ର ପ୍ରଫେସର ରୀତାଞ୍ଜଳୀ ବେହେରା, ଯାଜପୁର ଜେକେଏମ୍‌ସିଏଚ୍‌ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ରଞ୍ଜିତା ମହାପାତ୍ର, କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ ଅପ୍‌ଥାମୋଲୋଜି ବିଭାଗର ଅସୋସିଏଟ୍‌ ପ୍ରଫେସର ରାଜଶ୍ରୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରୋଗ୍ରାମ୍‌ ଉପଦେଷ୍ଟା ଡ. ପ୍ରେମାନନ୍ଦ ମହାପାତ୍ର ସଦସ୍ୟ ଭାବେ ରହିଛନ୍ତି। ସେହିପରି ଓୟୁଏଚ୍‌ଏସ୍‌ର ରେଜିଷ୍ଟ୍ରାର ଏହି କମିଟିର ମେମ୍ବର କନ୍‌ଭେନର ରହିଛନ୍ତି।
ଓଡ଼ିଆରେ ମେଡିକାଲ ପାଠପଢ଼ା ହେଲେ ଛାତ୍ରୀଛାତ୍ର କେତେ ଉପକୃତ ହେବେ ସେସମ୍ପର୍କରେ ପଚରାଯିବାରୁ ଏସ୍‌ସିବି ମେଡିକାଲ କଲେଜର ମେଡିସିନ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ଚାଇନା, ରୁଷିଆ ଭଳି ଦେଶରେ ନିଜ ମାତୃଭାଷାରେ ମେଡିକାଲ ପାଠ ପଢ଼ାଯାଉଛି। ନିଟ୍‌ ପରୀକ୍ଷା ମଧ୍ୟ ଓଡ଼ିଆ, ଇଂଲିଶ ଏବଂ ହିନ୍ଦୀରେ ଦିଆଯାଉଛି। ତେଣୁ ଓଡ଼ିଆରେ ମେଡିକାଲ ପାଠ ପଢ଼ିବା ସହଜ ହେବ ଏବଂ ଶୀଘ୍ର ବୁଝିବେ। ସବୁ ମେଡିକାଲ ପାଠ ପଢୁଥିବା ପିଲା ଇଂଲିଶ ଜାଣିଛନ୍ତି। ତେଣୁ ଜାତୀୟ ଅନ୍ତର୍ଜାତୀୟସ୍ତରରେ କିଛି ସେମିନାର ହେଲେ ସେମାନଙ୍କୁ ନିଜ କଥା ରଖିବାରେ ସମସ୍ୟା ହେବନାହିଁ। ତେବେ ପୁସ୍ତକର ଅନୁବାଦ କରିବା ସମୟରେ ଏନେଇ ବିଶେଷ ଧ୍ୟାନଦେବାକୁ ପଡିବ। ବହିର ପ୍ରତ୍ୟେକ ଶବ୍ଦକୁ ଅନୁବାଦ ନ କରି ତାହାର ଥିମ୍‌କୁ ଅନୁବାଦ କରିବା ଆବଶ୍ୟକ। ନଚେତ୍‌ ପ୍ରତିଟି ଶବ୍ଦକୁ ଅନୁବାଦ କରିବା ଦ୍ୱାରା ତାହାର ଅର୍ଥ ବଦଳିଯିବ। ସେହିପରି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଥିବା ଡା. ପ୍ରଭାସ ତ୍ରିପାଠୀ କହିଛନ୍ତି, ଏବେ କମିଟି ଗଠନ ହୋଇଛି, ତେଣୁ ଏତେ ଶୀଘ୍ର ଯୋଜନାକୁ ନେଇ ବେଶି କିଛି ମତାମତ ଦେବା ଠିକ୍‌ ହେବନାହିଁ। ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। ଓଡ଼ିଆ ଭାଷାରେ ପଢ଼ିଲେ ସମସ୍ତେ ଭଲ ଭାବେ ବୁଝି ପାରିବେ। କିଛି ଶବ୍ଦ ମେଡିକାଲ୍‌ ଲାଙ୍ଗୁଏଜ୍‌ରେ କଷ୍ଟକର ହୋଇଥାଏ। ଛାତ୍ରୀଛାତ୍ରମାନେ ଧୀରେଧୀରେ ସେଥିରେ ଅଭ୍ୟସ୍ତ ହୋଇଥାନ୍ତି। ପୂରା କୋର୍ସକୁ ଓଡ଼ିଆରେ କରିବା ପାଇଁ ନିହାତି ପକ୍ଷେ ସମୟ ଲାଗିବ। କିଛି ନୂଆ କରିବା ପୂର୍ବରୁ ଆମେ ସବୁବେଳେ ଆଶାବାଦୀ ଥାଉ, ଏବେ ବି ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ

ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ...

+୨ ପରୀକ୍ଷା ତାରିଖ ଘୋଷଣା: ୨ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର,୫।୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା...

ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୫ା୧୦: ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭...

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌)...

ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଭୁବନେଶ୍ୱର,୫।୧୦(ବନ୍ଦନା ସେଠୀ):ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ...

ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା, ଇଂଜିନିୟରିଂ ହଷ୍ଟେଲରେ ଉତ୍ତେଜନା

ଭୁବନେଶ୍ୱର, ୫।୧୦: ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri