ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଶାରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ

ଭୁବନେଶ୍ୱର:୩୦।୮: ରାଜ୍ୟରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ଏହି ନୂଆ ଆଇନ ବଳରେ ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍‌ ଗୁଡ଼ିକରେ ଚାହିଁଲେ ଅନୁମତି ନେଇ କେବେଳ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି।

ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଡ୍ୟାନ୍ସ ବାର୍ ବନ୍ଦ କରିଥିବା ବେଳେ ସେଗୁଡିକ ପୁଣି ଖୋଲିବା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସରକାର ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏହି ଡ୍ୟାନ୍ସ ବାର ଗୁଡିକ ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାରୁ ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ବିଭିନ୍ନ ଅନୈତିକ କାର୍ଯ୍ୟ ମଧ୍ୟ ଚାଲୁଇଥିଲା, ଯାହା ଉପରେ ଏବେ ରୋକ ଲାଗିବ।

ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶାରେ ନୂଆ ସରକାର ଆସିବା ପରେ ଏହି ଆଇନ ଆଣିଛନ୍ତି। ଏହି ଆଇନରେ ଗ୍ରାମାଞ୍ଚଳରେ ମଦ ବିକ୍ରି ନେଇ ମଧ୍ୟ କଟକଣା ଲଗାଯାଇଛି। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ।

Share