Categories: ଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୨: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପ୍ରଦୂଷଣର ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ପ୍ରଦୂଷଣ ମଧ୍ୟରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ କେଜ୍ରିୱାଲ ସରକାରଙ୍କୁ ତାଗିଦ କରିଥିଲେ।

ଏହାପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ସମୟରେ ସ୍କୁଲ୍‌ ଖୋଲିଥିବାରୁ ସୁପ୍ରିମକୋର୍ଟ କେଜ୍ରିୱାଲ ସରକାରଙ୍କୁ ତାଗିଦ କରିଥିଲେ। କୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଥିଲେ, ଯେତେବେଳେ ସରକାର ବୟସ୍କମାନଙ୍କ ପାଇଁ ଘରେ ରହି କାମ ବ୍ୟବସ୍ଥା ଲାଗୁ କରିଛନ୍ତି ସେତେବେଳେ ଛୋଟ ପିଲାମାନଙ୍କୁ କାହିଁକି ସ୍କୁଲ ଯାଉଛନ୍ତି?

ଏନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ସରକାର ସ୍କୁଲ ବନ୍ଦ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

 

Share