ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶବାସୀଙ୍କ ପାଇଁ ସରକାର ଆର୍ଥିକ ଟିକା ଆଣିଛନ୍ତି। ସ୍ବାସ୍ଥ୍ୟ ବଜେଟରେ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ସ୍ବସ୍ଥ୍ୟା କ୍ଷେତ୍ରକୁ ୨.୨୩ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ପାଇଁ ବଜେଟ୍ରେ ୬୪ ହଜାର ୧୮୦ କୋଟି ଟଙ୍କାର ପ୍ରାବଧାନ ରହିଥିବା ସୂଚନା ଦେଇଛନ୍ତି। ସେହିପରି କରୋନା ଟିକା ଲାଗି ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ଅମୃତ ଯୋଜନା ପାଇଁ ୨,୮୭,୦୦୦ କୋଟି ଟଙ୍କା ଘୋଷଣା ହୋଇଛି।