Categories: ଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…

ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଏକ ନୋଡାଲ ଅମ୍ବ୍ରେଲା ବଡ଼ି ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପଠାଇଛି। ଏହି ସଂସ୍ଥା ଘରୋଇ କ୍ଷେତ୍ରୀୟ କମ୍ପାନୀଗୁଡିକ ଦ୍ୱାରା ନିର୍ମିତ ପ୍ରତିରକ୍ଷା ଉପକରଣକୁ ପ୍ରମାଣପତ୍ର ଦେବ।

ଚଳିତ ବର୍ଷ ୟୁନିୟନ ବଜେଟରେ ଏକ ସ୍ବତନ୍ତ୍ର ପରୀକ୍ଷା ଏବଂ ପ୍ରମାଣୀକରଣ ସଂସ୍ଥା ଗଠନ କରାଯିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଭାରତରେ ଘରୋଇ ପ୍ରତିରକ୍ଷା ଉପକରଣ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ଘରୋଇ କମ୍ପାନୀଗୁଡିକର ପ୍ରତିରକ୍ଷା ଉପକରଣର ଯୋଗାଣକୁ ମଧ୍ୟ ବୃଦ୍ଧି କରାଇବ।

ଏହି ନୂତନ ସଂସ୍ଥା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉତ୍ତରାଦାୟୀ ରହିବେ। ଚଳିତ ବର୍ଷର ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬୮ ପ୍ରତିଶତ ଘରୋଇ ଉତ୍ପାଦନ ଧାର୍ଯ୍ୟ କରାଯାଇଛି। ଘରୋଇ ଶିଳ୍ପ ଏହାର ସୁଯୋଗ ନେଇପାରିବେ ବୋଲି ବଜେଟରେ କୁହାଯାଇଛି। ଅନେକ କମ୍ପାନୀ ଆର୍ମଡ ଡ୍ରୋନ, ସ୍ବୟଂଚାଳିତ ଯୁଦ୍ଧ ଯାନ, ବିମାନ ଇଞ୍ଜିନ, ଏସପିଭି ଇତ୍ୟାଦି ଉତ୍ପାଦନ ମଧ୍ୟ ଆରମ୍ଭ କରିଛନ୍ତି।

Share