ସରକାରଙ୍କ ଟିକା ନୀତି ତୃତୀୟ ଲହରକୁ ଡାକିଆଣିବ

ନୂଆଦିଲ୍ଲୀ, ୧୬।୫(ପି.ଟି.): ଏକ ଉପଯୁକ୍ତ ଜାତୀୟ ଟିକା ରଣନୀତି ପ୍ରସ୍ତୁତି ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆହ୍ବାନ ଦେଇଛନ୍ତି। ସରକାରଙ୍କ ବିନାଶକାରୀ ଟିକା ନୀତି ଦେଶରେ କରୋନାର ବିଧ୍ୱଂସକାରୀ ତୃତୀୟ ଲହରକୁ ଡାକିଆଣିବ ବୋଲି ସେ କହିଛନ୍ତି। ଗଙ୍ଗାନଦୀରୁ ହଜାର ହଜାର କରୋନା ସନ୍ଦିଗ୍ଧଙ୍କ ମୃତଦେହ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମା’ ଗଙ୍ଗାଙ୍କୁ କନ୍ଦାଇ ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ସରକାରଙ୍କ ଭୁଲ୍‌ ଟିକାନୀତି ଓ ମହାମାରୀ ପରିଚାଳନାରେ ବିଫଳତାକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି।

Share