Categories: ଜାତୀୟ

ଭାଜପା ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ରାଜ୍ୟପାଳ…

ଶିଂଲ,୨୬।୧୦: ଭାଜପା ସରକାରଙ୍କ ବିରୋଧରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଗୋଆରେ କୋଭିଡ୍‌ ଟିକାକରଣ ଠିକ୍‌ ଭାବେ ହୋଇ ନ ଥିବା ସେ ଅଭିଯୋଗ କରିଛନ୍ତି।

ଦୁର୍ନୀତି ନେଇ ମୁହଁ ଖୋଲିବାରୁ ତାଙ୍କୁ ପଦରୁ ହଟା ଯାଇଥିବା ରାଜ୍ୟପାଳ କହିଛନ୍ତି। ମୁଁ ଲୋହିଆବାଦୀ, ଚରଣ ସିଂଙ୍କ ସହିତ ସମୟ ବିତାଇଛି ତେଣୁ ଦୁର୍ନୀତିକୁ ବରଦାସ୍ତ କରିପାରେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଗୋଆରେ ଘରେ ଘରେ ରାଶନ ବଣ୍ଟନ କରିବା ଏକ ନିର୍ଦ୍ଦିଷ୍ଟ କମ୍ପାନୀର କହିବା ଯୋଗୁ ହୋଇଥିଲା। ସମ୍ପୃକ୍ତ କମ୍ପାନୀ ସରକାରଙ୍କୁ ଟଙ୍କା ଦେଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଏହାର ଯାଞ୍ଚ୍‌ ପାଇଁ କହିଥିଲେ। ଏହାର ତଦନ୍ତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି।

ବିମାନବନ୍ଦର ପାଖରେ ଏକ ଅଞ୍ଚଳରେ ଖନନ କରିବାକୁ ରାଜ୍ୟପାଳ ଭାବେ କରୋନା ମାର୍ଗଦର୍ଶିକା ସୁରକ୍ଷା ଦୃଷ୍ଟିରୁ ମୁଁ ମନା କରିଥିଲି। ମାତ୍ର ଏହାକୁ ରାଜ୍ୟ ସରକାର ଅବମାନନା କରିଥିଲେ। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ କରୋନା ହଟ୍‌ସ୍ପଟ୍‌ ହୋଇଥିଲା ବୋଲି ସେ କହିଛନ୍ତି।

ଏବେ ଦେଶରେ ଲୋକେ ସତ କହିବାକୁ ଡରୁଥିବା ରାଜ୍ୟପାଳ ଅଭିଯୋଗ କରିଛନ୍ତି। ଏବେ ଗୋଆ ସରକାର ରାଜଭବନକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ। ସରକାର ଆର୍ଥିକ ଚାପରେ ଥିବାବେଳେ ଏହି ପ୍ରସ୍ତାବ ଆଗତ ହୋଇଥିବା ସେ କହିଛନ୍ତି।

 

Share