Categories: ଜାତୀୟ

ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଦେଲେ ରାଜ୍ୟପାଳ

କୋଲକାତା,୬।୯: ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପାରାଜିତା ବିଲ ବିଚାରାଧୀନ ଅଛି। ମମତା ସରକାର ଏହି ବିଲ ସହିତ ବୈଷୟିକ ରିପୋର୍ଟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ ଅନୁମୋଦନ ହୋଇପାରିବ ନାହିଁ।

ରାଜ ଭବନ ପକ୍ଷରୁ ଗୁରୁବାର ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ମମତା ସରକାରଙ୍କ ଏହି ମନୋଭାବରେ ରାଜ୍ୟପାଳ ଆନନ୍ଦ ବୋଷ ଖୁସି ନୁହଁନ୍ତି। ମହିଳାମାନଙ୍କ ସହ ଜଡିତ ଏହି ବିଲ ସମ୍ବନ୍ଧରେ ମମତା ସରକାର କୌଣସି ପ୍ରସ୍ତୁତି କରିନାହାଁନ୍ତି।

ପ୍ରଥମରୁ ମମତା ସରକାର ମଧ୍ୟ ଏହା କରିଆସୁଛନ୍ତି। ଏହାପୂର୍ବରୁ ମମତା ସରକାର ବିଧାନସଭା ଦ୍ୱାରା ପାରିତ ହୋଇଥିବା ଅନେକ ବିଲର ବୈଷୟିକ ରିପୋର୍ଟ ପଠାଇ ନ ଥିଲେ, ଯେଉଁ କାରଣରୁ ଏହି ବିଲ ବିଚାରାଧୀନ ରହିଛି। ପରେ ମମତା ସରକାର ଏଥିପାଇଁ ରାଜ ଭବନକୁ ଦାୟୀ କରିଥିଲେ।

କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ପରେ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହା ପରେ ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ସରକାର ବଳାତ୍କାର ବିରୋଧୀ ବିଲ ଆଗତ କରିଥିଲେ।

Share