Categories: ଜାତୀୟ

ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କଲେ ରାଜ୍ୟପାଳ ଆରିଫ୍‌ ମହମ୍ମଦ

ଥିରୁଭାନନ୍ତପୁରମ୍‌,୧୨।୪: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସାବରିମାଳାରେ ପହଞ୍ଚି ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ସାନ ପୁଅ କବିର ମହମ୍ମଦ ଖାଁଙ୍କ ସହିତ ରାଜ୍ୟପାଳ ପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ରାଜ୍ୟପାଳ ନିଜ ମୁଣ୍ଡରେ ଇରୁମୁଦିକଟ୍ଟୁ ବୋହି ନେଇ ଯାଉଥିଲେ। ଏହି ଅବସରରେ ରାଜ୍ୟପାଳ ମନ୍ଦିର ପରିସରରେ ଚନ୍ଦନ ବୃକ୍ଷଚାରା ରୋପାଣ କରିଥିଲେ। କରୋନା ମହାମାରୀ ଯୋଗୁ ବନ୍ଦ ରହିଥିବା ସାବରିମାଳା ମନ୍ଦିରକୁ ବିଶେଷ ପୂଜା ପାଇଁ ଶନିବାର ଖୋଲାଯାଇଥିଲା। ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଶୁ ଉତ୍ସବ ପୂର୍ବରୁ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା।

Share