ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ସିଂହ କୋଶିଆରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଅସୁସ୍ଥ ଥିବା ବେଳେ କରୋନା ଯାଞ୍ଚ କରାଇଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।