Categories: ଜାତୀୟ

ବିଧାନସଭାରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ…

ଚେନ୍ନାଇ,୧୦।୪ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ସରକାର ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଧାନସଭା ଦ୍ୱାରା ପାରିତ ହୋଇଥିବା ବିଲକୁ ସମ୍ମତି ଦେବା ପାଇଁ ତାମିଲନାଡୁର ରାଜ୍ୟପାଳଙ୍କୁ ତୁରନ୍ତ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବରେ ଅନୁରୋଧ କରାଯାଇଛି।

ତାମିଲନାଡୁର ମନ୍ତ୍ରୀ ଦୁରାଇ ମୁରୁଗାନ ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ତାମିଲନାଡୁର ବିଧାନସଭାର ବିଧାନସଭା କ୍ଷମତା ପ୍ରତିଷ୍ଠା ତଥା ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ ନ କରିବାକୁ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଲାଗି ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ ପ୍ରସ୍ତାବରେ ଅନୁରୋଧ କରାଯାଇଛି। ବିଧାନସଭାରେ ଷ୍ଟାଲିନ କହିଛନ୍ତି ଯେଉଁମାନେ ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଶୀଘ୍ର ରୋାକା ଯିବା ଉଚିତ।

ଡିଏମକେ ଏବଂ ଏହାର ସହଯୋଗୀମାନେ ଏହି ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି। ଏଥିସହିତ ଏଆଇଏଡିଏମକେ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ କହିବା ପାଇଁ ସମୟ ଦିଆଯାଇ ନ ଥିଲା। ତେଣୁ ସେମାନେ ଗୃହତ୍ୟାଗ କରିଥିଲେ।

 

Share