Advertisement

ପଶ୍ଚିମବଙ୍ଗ ହିଂସାକୁ ନେଇ କଡା ଚେତାବନୀ ଦେଲେ ରାଜ୍ୟପାଳ

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ଏଠାରେ ଜୁଲାଇ ୮ରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା। ସେଥିରେ ପ୍ରାୟ ୫.୬୭ କୋଟି ଭୋଟର ୭୩,୮୮୭ ଟି ଆସନ ପାଇଁ ଭୋଟ ଦେଇଛନ୍ତି। ଏହି ଆସନଗୁଡିକରେ ମଙ୍ଗଳବାର ସକାଳୁ ଭୋଟ ଗଣନା ଚାଲିଛି। ଏହି ସମୟରେ ଅନେକ ସ୍ଥାନରୁ ହିଂସା ଖବର ମଧ୍ୟ ଆସୁଛି। ଏଥିସହିତ ହିଂସା କରୁଥିବା ଲୋକଙ୍କୁ ରାଜ୍ୟପାଳ ସିଭି ଆନନ୍ଦ ବୋଷ କଡା ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁମାନେ ହିଂସା କରନ୍ତି ସେମାନଙ୍କୁ ରକ୍ଷା କରାଯିବ ନାହିଁ। ଯେଉଁମାନେ ହିଂସାରେ ଲିପ୍ତ ଅଛନ୍ତି ସେମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯେ ସେମାନେ ତାଙ୍କ ଜନ୍ମ ଦିନକୁ ଅଭିଶାପର ଦିନ ବୋଲଇ ଭାବିବେ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟରେ ରାଜ୍ୟବ୍ୟାପୀ ହିଂସା ଘଟିଥିଲା। ଏ ସମ୍ପର୍କରେ ରାଜ୍ୟପାଳ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଆମେ ନିଶ୍ଚିତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share