Categories: ଜାତୀୟ

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା ବିଧାୟକମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖରଙ୍କୁ ତାଙ୍କ ଅଭିଭାଷଣ ରଖିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଥିଲେ। ହଟ୍ଟଗୋଳ ଯୋଗୁ ରାଜ୍ୟପାଳ ଅଭିଭାଷଣ ପଢ଼ି ନ ପାରି ଗୃହ ଛାଡ଼ିବାକୁ ଯାଉଥିବାବେଳେ ଟିଏମ୍‌ସି କର୍ମୀମାନେ ତାଙ୍କୁ ଯିବାକୁ ଦେଇ ନ ଥିଲେ। ସେମାନେ ରାଜ୍ୟପାଳଙ୍କ ଆସନ ଚାରିପଟେ ଘେରି ରହିଥିଲେ। ଶେଷରେ ରାଜ୍ୟପାଳ ତାଙ୍କ ଅଭିଭାଷଣର ପ୍ରଥମ ଓ ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଥିଲେ। ଏହା ଅଭୂତପୂର୍ବ ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି ଲାଗି ଯୋଜନାବଦ୍ଧ ଉଦ୍ୟମ ବୋଲି ମମତା କହିଛନ୍ତି। ନିର୍ବାଚନ ହାରିବା ପରେ ଏହା ଭାଜପାର ଡ୍ରାମାବାଜି ଥିଲା। ଏହା ଗଣତନ୍ତ୍ର ପାଇଁ ଲଜ୍ଜା ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି।

Share