ମୁମ୍ବାଇ,୨୫।୧: ଆମେ ଗଭର୍ନରଙ୍କ ନିକଟକୁ ଯାଉଛେ। କିନ୍ତୁ ମହାରାଷ୍ଟ୍ର ଏଭଳି ଗଭର୍ନର ପୂର୍ବରୁ କେବେ ଦେଖିନାହାନ୍ତି। କଙ୍ଗନା ରାଣାଓ୍ବତ୍ଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ଅଛି। କିନ୍ତୁ କୃଷକଙ୍କ ଲାଗି ସମୟ ନାହିଁ ବୋଲି ଆଜାଦ ହିନ୍ଦ ମଇଦାନଠାରେ ସୋମବାର ଅନୁଷ୍ଠିତ ରାଲି ଯୋଗଦେଇ ଏନ୍ସିପି ମୁଖ୍ୟ ଶରଦ ପାଓ୍ବର ଏହା କହିଛନ୍ତି।
ଆନ୍ଦୋଳନରତ କୃଷକମାନେ ଗଭର୍ନର ବାସଭବନ ଯିବାକୁ ଯୋଜନା କରିଥିଲେ। ହେଲେ ଭଗତ ସିଂ କୋଶିୟାରୀ ଗୋଆ ଅଭିମୁଖେ ଯାଇଥିବା ପାଓ୍ବର ସୂଚନା ଦେଇଛନ୍ତି। ଗତ ୬୦ ଦିନ ହେଲା ଥଣ୍ଡା, ଖରା, ବର୍ଷାକୁ ଖାତିର ନ କରି ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶର କୃଷକମାନେ ଆନ୍ଦୋଳନ କରୁଛନ୍ତି। ହେଲେ କେନ୍ଦ୍ର ସରକାର କହୁଛନ୍ତି ସେମାନେ ପଞ୍ଜାବର କୃଷକ। ପଞ୍ଜାବ କ’ଣ ଭରାତର ଅଂଶ ନୁହେଁ କି? ଏଭଳି କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ପୂର୍ବତନ ୮୦ ବର୍ଷୀୟ କେନ୍ଦ୍ରମନ୍ତ୍ରୀ ପାଓ୍ବର।