ଯୌନ ନିର୍ଯାତନା ମାମଲାରେ ଗଭର୍ନର

ନ୍ୟୁୟର୍କ, ୧ା୩: ନ୍ୟୁୟର୍କ ଗଭର୍ନର ଆଣ୍ଡ୍ରିୟୁ କ୍ୟୁମୋ(୬୩)ଙ୍କ ବିରୋଧରେ ଆଉ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କ୍ୟୁମୋ ୨୦୨୦ରେ ତାଙ୍କ ପୂର୍ବତନ ସ୍ବାସ୍ଥ୍ୟନୀତି ପରାମର୍ଶଦାତା ୨୫ ବର୍ଷୀୟା ଚାରୋଲ୍ଟ ବେନେଟ୍‌ଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଚାରୋଲ୍ଟ କହିଛନ୍ତି। ନ୍ୟୁୟର୍କ ଟାଇମ୍ସକୁ ବେନେଟ୍‌ କହିଛନ୍ତି, ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ରାଜ୍ୟପାଳ ଅନେକ ପ୍ରଶ୍ନ ପଚାରୁଥିଲେ। ବୟସରେ ଅଧିକ ତଫାତ ରହିଲେ ରୋମାଣ୍ଟିକ ସମ୍ପର୍କ ଉପରେ ପ୍ରଭାବ ପକାଏ ବୋଲି ବେନେଟ ବିଶ୍ୱାସ କରନ୍ତି କି ନା ସେ ନେଇ ମଧ୍ୟ କ୍ୟୁମୋ ପ୍ରଶ୍ନ କରୁଥିଲେ। ବୟସରେ ସାନ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉପରେ ସେ ସହମତ ବୋଲି ବେଶ୍‌ ଖୋଲାଖୋଲି କ୍ୟୁମୋ କହୁଥିଲେ। ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ଯୌନ ସମ୍ପର୍କ ଉଦ୍ଦେଶ୍ୟରେ ଥିଲା ବୋଲି ଚାରୋଲ୍ଟ କହିଛନ୍ତି। ଏହା ପୂର୍ବରୁ କ୍ୟୁମୋଙ୍କ ପୂର୍ବତନ ମହିଳା ସହଯୋଗୀ ଲିଣ୍ଡ୍‌ସେ ବଏଲାନ୍‌ ମଧ୍ୟ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

Share