
ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର ତଦାରଖ ପାଇଁ ଜିଲା ଗସ୍ତରେ ଆସଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ଦିଆଯାଇଥିଲା ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଜ଼ିଲାପରିଷଦ ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଏସ୍ପି ଡକ୍ଟର ଶ୍ରବଣ ବିବେକ ଏମ୍ଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ।