Categories: ଜାତୀୟ

ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲେ ବାଚସ୍ପତି…

କୋଲକାତା,୨୩।୬: ବିଧାନସଭା କାର୍ଯ୍ୟ ବାଧା ସୃଷ୍ଟି କରିବା ସହିତ ରାଜ୍ୟପାଳ ଜଗଦୀପ୍‌ ଧାନଖର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଏଭଳି କହିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କ ସହିତ ଏକ ଭର୍ଚୁଆଲ୍‌ ବୈଠକରେ ବିମାନ ରାଜ୍ୟପାଳଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ରାଜ୍ୟରେ ଅଶାନ୍ତି ସୃଷ୍ଟି ଲାଗି ଷଡ଼ଯନ୍ତ୍ର କରୁଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଭୁଲି ରାଜ୍ୟପାଳ ଭାଜପା ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ସେ କହିଥିଲେ। ରାଜଭବନ ଭାଜପା କାର୍ଯ୍ୟାଳୟ ପାଲଟିଥିବା କୁନାଲ ଅଭିଯୋଗ ଆଣିଥିଲେ। ଲୋକମତକୁ ଭାଜପା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ତେଣୁ ରାଜ୍ୟରେ ସମ୍ବିଧାନର ଅନୁଚ୍ଛେଦ ୩୫୫ ଏବଂ ୩୫୬ର ପ୍ରୟୋଗ କରିବାକୁ ଷଡ଼ଯନ୍ତ୍ର କରୁଥିବା କୁନାଲ କହିଛନ୍ତି।

Share