Categories: ଜାତୀୟ

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସତ୍ୟପାଲ କହିଲେ ଗୋଟିଏ ମିନିଟରେ ଛାଡିଦେବେ ପଦ

ନୂଆଦିଲ୍ଲୀ,୮ ।୧୧: ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କୃଷକ ଆନ୍ଦୋଳନର ସମର୍ଥନରେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଦିଲ୍ଲୀରେ କୁକୁରର ମୃତ୍ୟୁ ହେଲେ ନେତା ଶୋକ ପ୍ରକାଶ କରୁଛନ୍ତି ହେଲେ କୃଷକଙ୍କ ମୃତ୍ୟୁରେ ନେତାଙ୍କର କୌଣସି ଚିନ୍ତା ନାହିଁ । ମଲିକ ମଧ୍ୟ ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାଶ ଯୋଜନାର ବି ଆଲୋଚନା କରିଛନ୍ତି । ସେ କହିଛନ୍ତି ଗୋଟିଏ ନୂଆ ସଂସଦ ଭବନ ନିର୍ମାଣ ପରିବର୍ତ୍ତେର୍ ଏକ ବିଶ୍ୱ ସ୍ତରୀୟ କଲେଜ ନିର୍ମାଣ କରିଥିଲେ ଭଲ ହୋଇଥାଆନ୍ତା । ସେ କୃଷକ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି, ଯଦି ଏଥିପାଇଁ ତାଙ୍କୁ ପଦ ଛାଡିବାକୁ ପଡେ ତେବେ ସେ ଗୋଟିଏ ମିନିଟରେ ଏହା ଛାଡି ଦେଇ ପାରିବେ । ଏମିତି କୌଣସି ଆନ୍ଦୋଳନ ନାହିଁ ଯେଉଁଥିରେ ୬୦୦ ଲୋକଙ୍କ ଜୀବନ ଯାଇଛି । ହେଲେ କୃଷକ ଆନ୍ଦୋଳନରେ ୬୦୦ ଲୋକଙ୍କ ମୃତ୍ୟୁ ପରେ ବି କେନ୍ଦ୍ର ସରକାର ଚୁପ୍ ରହିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।

Share