Categories: ଜାତୀୟ

‘ପାକିସ୍ତାନ ଉପରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଉଚିତ’, ରାଜ୍ୟପାଳ ପୋରୋହିତ

ଚଣ୍ଡିଗଡ଼,୯।୬: ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରାଯିବାକୁ ଦାବି ଉଠିଛି। ପଞ୍ଜାବର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ କହିଛନ୍ତି ପାକିସ୍ତାନ ଦ୍ୱାରା ଲଗାତାର ଡ୍ରୋନ ମାଧ୍ୟମରେ ଭାରତକୁ ଡ୍ରଗ୍ସ, ନିଶା ଔଷଧ ପଠାଯାଉଛି। ଯଦି ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ତେବେ ତା ଉପରେ ଗୋଟିଏ କି ଦୁଇଟି ସର୍ଜିକାଲ ଷ୍ଟ୍ରାଇକ କରାଯିବା ଉଚିତ। ସୂଚନାଯୋଗ୍ୟ, ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ସୀମାବର୍ତ୍ତି ଜିଲାକୁ ଦୁଇ ଦିବସୀୟ ଯାତ୍ରାରେ ଯିବା ସମୟରେ ଏହା କହିଛନ୍ତି।
ରାଜ୍ୟପାଳ ପୁରୋହିତ ପାକିସ୍ତାନ ପକ୍ଷରୁ ବାରମ୍ବାର ପଠାଯାଉଥିବା ଡ୍ରୋନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଏସଏଫ, ଗୁଇନ୍ଦା ବ୍ୟୁରୋ ଓ କେନ୍ଦ୍ରୀୟ ଏଜେନ୍ସିକୁ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ପଞ୍ଜାବ ପୋଲିସ ଓ ପଞ୍ଜାର କୃଷକଙ୍କର ବି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏମାନଙ୍କ ଯୋଗୁ ଦେଶର ଖାଦ୍ୟ ଭଣ୍ଡାର ପୂର୍ଣ୍ଣ ରହିଛି ଓ ଏମାନଙ୍କ ସହଯୋଗରେ ପଞ୍ଜାବକୁ ନିଶାମୁକ୍ତ କରିହେବ।

Share