ଦିନିକିଆ ଭଦ୍ରକ ଗସ୍ତରେ ରାଜ୍ୟପାଳ

ଭଦ୍ରକ,୨୯ା୧୨(ସନାତନ ରାଉତ): ଦିନିକିଆ ଭଦ୍ରକ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାଶ। ଶୁକ୍ରବାର ସକାଳେ ରାଜ୍ୟପାଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପିଲା ଓ ତାଙ୍କ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା, ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ ବାବଦରେ ଆଲୋଚନା କରିଥିଲେ। ଏହି ସମୟରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ଡିଏସ୍‌ପି ଡିଆଇବି କମଳ ଲୋଚନ ଭୂୟାଁ, ଏସ୍‌ଡିପିଓ ସୌରଭ ଓତା, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆ, ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବନ୍ତ ସରସ୍ବତୀ ଶିଶୁ ମନ୍ଦିର ରୌପ୍ୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ଓଡ଼ଙ୍ଗ ଚାଷୀ ସମାବେଶ ଓ ଶେଷରେ କାଦବରଙ୍ଗରେ ମହିଳା ଗୋଷ୍ଠୀ ସହ ଆଲୋଚନା କରି ରାଜଭବନ ଫେରିବେ।

Share