ଏପଟେ ମେଣ୍ଟ ଚର୍ଚ୍ଚା: ସେପଟେ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର,୧୧।୩: ରାଜ୍ୟରେ ଏବେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏନେଇ ରାଜ୍ୟପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛ। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ରବିବାର ରାଜ୍ୟ ଭାଜପା ନେତୃତ୍ୱକୁ ପୁଣି ଦିଲ୍ଲୀରୁ ଡାକରା ଆସିଥିଲା। ଡାକରା ପାଇ ରାଜ୍ୟ ଭାଜପା ନେତୃତ୍ୱ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ଏଥିରେ ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର,ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ସଂଗଠନ ସମ୍ପାଦକ ମାନସ ମହାନ୍ତି ଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ କହିଥିଲେ, ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ହିଁ ସବୁକିଛି ନିଷ୍ପତ୍ତି ନିଆଯିବ।

Share